୧୮ରୁ ମ୍ୟାଟ୍ରିକ ଖାତା ଦେଖା ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୧୮ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଛି । ଆଜି ମ୍ୟାଟ୍ରିକ ପରୀକ୍ଷା ସରିବା ପରେ ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି,“ ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ।” ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଆଜି ଶେଷ […]

matric00

matric00

Tapaswini Nayak
  • Published: Monday, 02 March 2020
  • Updated: 02 March 2020, 01:54 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ମାର୍ଚ୍ଚ ୧୮ ତାରିଖରୁ ମ୍ୟାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୬୧ଟି ଖାତା ଦେଖା କେନ୍ଦ୍ର କରାଯାଇଛି । ଆଜି ମ୍ୟାଟ୍ରିକ ପରୀକ୍ଷା ସରିବା ପରେ ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି,“ ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ୧୫ ହଜାର ଶିକ୍ଷକ ନିୟୋଜିତ ହେବେ।”

ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ଆଜି ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ଏ ବର୍ଷ ୨ହଜାର ୮ଶହ ୮୮ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରଥମ ଦିନରେ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଝି ଅଞ୍ଚଳରେ ପ୍ରଶ୍ନପତ୍ର ଭାଇରାଲ ହେବା ଖବର ଆସିଥିଲା। କିନ୍ତୁ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos