ସକାଳ ୯ଟାରୁ ଆରମ୍ଭ ହେବ ମାଟ୍ରିକ୍‌ପରୀକ୍ଷା 

କଟକ: ଫେବୃଆରୀ ୨୮ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ପରୀକ୍ଷା ସକାଳେ କରାଯିବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ସରିବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍‌ସମୟ ମିଳିବ। ଅର୍ଥାତ ଗଣିତ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୪୫ ମିନିଟ୍‌ରେ ସରିବ। ଏଥିସହ ମଧ୍ୟମା ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସାଢ଼ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଆଜି ସୂଚନା ଦେଇଛନ୍ତି।

ଚଳିତବର୍ଷ ରାଜ୍ୟରେ ୬ ଲକ୍ଷ ୫ ହଜାର ୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଏଥିପାଇଁ ୨,୯୩୯ଟି ସେଣ୍ଟର କରାଯାଇଛି।