ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ମାଟ୍ରିକ୍ ଅଫ୍ ଲାଇନ୍ ପରୀକ୍ଷା । ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ହଲ୍ରେ ବସିଛନ୍ତି। ଏଥିପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରରେ କରାଯାଇଛି ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା । ସ୍କ୍ରିନିଂ ପରେ ହିଁ ଛାତ୍ରଛାତ୍ରୀଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିଛି। ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା ମଧ୍ୟ କରାଯାଇଛି ।
ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ୧୦ ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ୧୨ଟାରେ ଶେଷ ହେବ। ୮୦ ମାର୍କର ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପାର୍ଟ-୧ରେ ଅବଜେକ୍ଟିଭ୍ ଓ ପାର୍ଟ-୨ରେ ସବଜେକ୍ଟିଭ୍ ପରୀକ୍ଷା ଦେଉଛନ୍ତିି ପରୀକ୍ଷାର୍ଥୀ ।
[caption id="attachment_662940" align="aligncenter" width="650"]
ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ ହୋଇଛନ୍ତି । ହଲ୍ରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ସିଟିଂ ଆରେଞ୍ଜମେଣ୍ଟ ହୋଇଛି । କ୍ୟାମ୍ପସ୍କୁ ମଧ୍ୟ ବିଶୋଧନ କରାଯାଇଛି । ପରୀକ୍ଷା ଦେବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
କରୋନା ପାଇଁ ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷା କରାଯାଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଦିଆଗଲା ମାର୍କ । ତେବେ ଏଥିରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫ୍ ଲାଇନ୍ ପରୀକ୍ଷା । ତେବେ କେତେକ ସ୍ଥାନରେ ଆଡମିଟ୍ କାର୍ଡ ମିଳିନଥିବାର ଅଭିଯୋଗ ହୋଇଛି ।