ମାଟ୍ରିକ ପରୀକ୍ଷା: ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚିଲା ବୋର୍ଡରେ

କଟକ: ୨୦ ଦିନ ପରେ ମାଟ୍ରିକ୍ ପରୀକ୍ଷା। ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟର ପ୍ରଶ୍ନପତ୍ର ବୋର୍ଡରେ ପହଞ୍ଚି ସାରିଛି। ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସମ୍ପୂର୍ଣ୍ଣ ପ୍ରଶ୍ନପତ୍ର ହସ୍ତଗତ ହେବା ପରେ ନୋଡାଲ ସେଣ୍ଟରକୁ ପଠାଯିବ। ଏଥିପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଦେଇଛି। ପରୀକ୍ଷାର୍ଥୀଙ୍କ ପାଇଁ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେଉଛି। ଏହାସହ ସ୍କୁଲରୁ ମଧ୍ୟ ପିଲାମାନଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯିବ।

ପରୀକ୍ଷା ପାଖେଇ ଆସୁଥିବା ବେଳେ ପରୀକ୍ଷାର୍ଥୀମାନେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି। ସ୍କୁଲରେ କ୍ଲାସ୍ ବନ୍ଦ ହୋଇ ଯାଇଥିବାରୁ ଘରେ ଅଥବା କୋଚିଙ୍ଗ ସେଣ୍ଟରରେ ପ୍ରସ୍ତୁତି ଚଳାଇଛନ୍ତି।