ମାଟ୍ରିକ ପରୀକ୍ଷା ଅନିୟମିତତା ଅଭିଯୋଗ: ଜଣେ ଶିକ୍ଷକ ନିଲମ୍ବିତ, ଜଣଙ୍କ ବିରୋଧରେ ମାମଲା

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଓ ଭଦ୍ରକର ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନକଲି ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବା ଅଭିଯୋଗରେ ଭଦ୍ରକରେ ଜଣେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି କପି କରି ପିଲା ଧରା ପଡିବା ପରେ ନବରଙ୍ଗପୁରର ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ନକଲି ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବା ନେଇ ଭଦ୍ରକ ରହିମପୁର ମହାବୀର ବାଳିକା ମହାବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଜିଲ୍ଲା […]

matricexam

matricexam

Rakesh Mallick
  • Published: Friday, 26 February 2016
  • Updated: 26 February 2016, 11:12 AM IST

Sports

Latest News

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଓ ଭଦ୍ରକର ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନକଲି ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବା ଅଭିଯୋଗରେ ଭଦ୍ରକରେ ଜଣେ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି କପି କରି ପିଲା ଧରା ପଡିବା ପରେ ନବରଙ୍ଗପୁରର ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ନକଲି ପରୀକ୍ଷାର୍ଥୀଙ୍କୁ ସହଯୋଗ କରିବା ନେଇ ଭଦ୍ରକ ରହିମପୁର ମହାବୀର ବାଳିକା ମହାବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ ଗିରିଙ୍କ ତରଫରୁ ଏହି ମାମଲା ରୁଜୁ କରାଯାଇଛି। ମହାବିଦ୍ୟାଳୟରେ ମୋଟ ୩୪ଜଣ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍‌ କରିଥିଲେ। ପ୍ରଥମ ଦିନ ୨୨ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ଦିନ ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହାକୁ ନେଇ କିଛି ନକଲି ପରୀକ୍ଷାର୍ଥୀ ଥିବା ସନ୍ଦେହ ହେବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ୨୪ ତାରିଖରେ ପରୀକ୍ଷା ଚାଲିଥିବା ବେଳେ ସ୍କୁଲରେ ସ୍କ୍ୱାର୍ଡ ଚଢାଉ କରି ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଥିଲା। ଚାନ୍ଦବାଲି ଡିଇଓ ଘଟଣାର ତଦନ୍ତ କରି ଛାତ୍ରୀମାନଙ୍କ ପରୀକ୍ଷା ସମ୍ପର୍କୀତ ସମସ୍ତ କାଗଜପତ୍ର ଜବତ କରିଛନ୍ତି।

ସେହିପରି ନବରଙ୍ଗପୁର କୋଷାଗୁମୁଡା କଟାଗାଁ ହାଇସ୍କୁଲରେ କପି କରୁଥିବା ବେଳେ ୨୧ ଜଣ ଛାତ୍ରଛାତ୍ରୀ ସ୍କ୍ୱାର୍ଡ ହାତରେ ଧରା ପଡିଥିଲେ। ପିଲାମାନଙ୍କୁ କପି କରିବାକୁ ସୁଯୋଗ ଦେବା ଅଭିଯୋଗରେ ଉକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଜଗନ୍ନାଥ ମଲ୍ଲିକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ରଗୁଡିକୁ ମଧ୍ୟ କଡା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରଗୁଡିକରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story