ଆଜିଠୁ ଆରମ୍ଭ ହେଲା ମୁକ୍ତ ବିଦ୍ୟାଳୟ ମାଟ୍ରିକ୍‌ ପରୀକ୍ଷା

କଟକ: ଆଜିଠୁ ରାଜ୍ୟରେ ମୁକ୍ତ ବିଦ୍ୟାଳୟ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଛି। ଅନୁଗୋଳ, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, କଟକ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ ୧୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେଉଛି। ମୋଟ ୨ ହଜାର ୮୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି। ସପ୍ତମ ପାସ୍ ଡ୍ରପ୍‌ ଆଉଟ୍‌ ଓ ମାଟ୍ରିକ୍ ଫେଲ୍‌ ଛାତ୍ରଛାତ୍ରୀ ଏହି ପରୀକ୍ଷା  ଦେଉଛନ୍ତି। ପ୍ରତି ପରୀକ୍ଷାର୍ଥୀଙ୍କୁ ପାସ୍‌ କରିବା ପାଇଁ ୫ ବର୍ଷରେ ୯ଟି ସୁଯୋଗ ରହିଛି।

ରାଜ୍ୟରେ ପ୍ରଥମ ଥର ପାଇଁ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓପନ୍ ସ୍କୁଲ୍‌ ଏକ୍‌ଜାମିନେସନ୍ ବା ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେଉଛି।