ଢୁଢୁ ବର୍ଷାରେ ମୁଣ୍ଡରେ ଗାମୁଛା ବାନ୍ଧି ରଥ ଆଗରେ ଚାଲିଲେ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାବର ଠାକୁର ସେ ଭାବ ବିନୋଦିଆ। ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିଜର ଭକ୍ତି ଓ ସମର୍ପଣ ଭାବ ଦେଖାଇଛନ୍ତି। ବର୍ଷାକୁ ବେଖାତିର କରି ସେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେ ଢୁଢ଼ୁ ବର୍ଷାରେ ମୁଣ୍ଡରେ ଗାମୁଛା ଓ ଖାଲି ପାଦରେ ବଡ଼ଦାଣ୍ଡରେ ଚାଲିଚାଲି ସେବା ଯୋଗାଇ ଦେଇଛନ୍ତି। […]

Rath.jpg1

Rath.jpg1

Hemant Lenka
  • Published: Wednesday, 21 July 2021
  • Updated: 21 July 2021, 07:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାବର ଠାକୁର ସେ ଭାବ ବିନୋଦିଆ। ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିଜର ଭକ୍ତି ଓ ସମର୍ପଣ ଭାବ ଦେଖାଇଛନ୍ତି। ବର୍ଷାକୁ ବେଖାତିର କରି ସେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେ ଢୁଢ଼ୁ ବର୍ଷାରେ ମୁଣ୍ଡରେ ଗାମୁଛା ଓ ଖାଲି ପାଦରେ ବଡ଼ଦାଣ୍ଡରେ ଚାଲିଚାଲି ସେବା ଯୋଗାଇ ଦେଇଛନ୍ତି।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ସାରିଥାଏ। ହଠାତ ପ୍ରବଳ ବର୍ଷା ହୋଇଥିଲା। ବର୍ଷାକୁ ଖାତିର ନ କରି ସେବାୟତମାନେ ମହାବାହୁଙ୍କ ରଥକୁ ଆଗକୁ ନେଇ ଚାଲି ଥାଆନ୍ତି। ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ମଧ୍ୟ ବର୍ଷାକୁ ବେଖାତିର କରି ସେବାୟତମାନେ ଯେପରି ରଥ ଟାଣିନେଉଥାନ୍ତି, ସେ ମଧ୍ୟ ମୁଣ୍ଡରେ ଗାମୁଛା ଓ ମୁହଁରେ ମାସ୍କ ବାନ୍ଧି ବଡ଼ଦାଣ୍ଡରେ ରଥ ଆଗେ ଆଗେ ଖାଲି ପାଦରେ ଚାଲିଥିଲେ।

ରଥଯାତ୍ରାରେ ଶୃଙ୍ଖଳିତ ରୀତିନୀତିର ଦାୟିତ୍ୱ ହେଉଛି ତାଙ୍କର। ତେଣୁ ବିନା କୌଣସି ବିଘ୍ନରେ କେମିତି ଏ ନବଦିନାତ୍ମକ ଯାତ୍ର ସମାପନ ହେବ ସେଥିପାଇଁ ମୁଖ୍ୟ ପ୍ରଶାସକ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ଚାଲିଛନ୍ତି। ବର୍ଷା ଯୋଗୁ କାଳେ ରଥଟଣା ବିଳମ୍ବ ହେବ କିମ୍ବା  କୌଣସି ବିଘ୍ନ ଘଟିବ, ସେଥିପାଇଁ ମୁଖ୍ୟ ପ୍ରଶାସକ ବିଚଳିତ ହୋଇପଡ଼ିଥିଲେ। ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ଶେଷ ହୋଇଛି।

ଜଣେ ପ୍ରଶାସକଙ୍କ ନିକଟରେ ଏଭଳି ଭାବ କେବେ ଦେଖିବାକୁ ମିଳିନଥିଲା। ଢୁ ଢୁ ବର୍ଷାକୁ ଖାତିର ନକରି ବଡ଼ଦାଣ୍ଡରେ ବିଶ୍ଵନିଅନ୍ତାଙ୍କ ନିକଟରେ ସେ ନିଜକୁ ସମର୍ପି ଦେଇଛନ୍ତି। ଗତ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲେ ବି କୌଣସି ବିଘ୍ନ ଘଟିନି।

[caption id="attachment_660669" align="alignnone" width="838"] ବଡ଼ଦାଣ୍ଡରେ ଗୀତି ଗୋବିନ୍ଦ ଗାଉଛନ୍ତି ସେବାୟତଙ୍କ ସହ ମୁଖ୍ୟ ପ୍ରଶାସକ[/caption]

ମହାପ୍ରଭୁ ବି ନିଜ ଭକ୍ତର ଭାବାବେଗକୁ ବୁଝିଛନ୍ତି। ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶୃଙ୍ଖଳିତ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ଏମିତି ବି ଜଣେ ପ୍ରଶାସକ ହୋଇବି ସେ ସେବାୟତଙ୍କ ସହ ମିଶି ବଡ଼ଦାଣ୍ଡରେ ଗୀତଗୋବିନ୍ଦ ଗାନ କରିବା ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବର ଆଉ ଏକ ପରିଚୟ। ସେହିଭଳି ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସୁଖଦୁଃଖର ସାଥି ହୋଇଥିବାରୁ ସେବାୟତମାନେ ବି ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story