‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସଂସଦୀୟ ଦଳ। ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭେଟିଲା ଟିମ୍ ବିଜେପି। ରାଜ୍ୟରେ ଧାନ ସଂଗ୍ରହ ପ୍ରସଙ୍ଗରେ ହସ୍ତକ୍ଷେପ ଦାବି କରି ଭେଟିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଧାନ ସଂଗ୍ରହ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିବା ସହ ଧାନ କିଣା ବିଳମ୍ବର ସତ୍ୟତା ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ଗମ୍ଭୀରତାର ସହ ନେଇ ଏହି ପ୍ରସଙ୍ଗରେ ଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ୍ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।
ନୂଆଦିଲ୍ଲୀ ଠାରେ @BJP4Odisha ର ସାଂସଦ ସହଯୋଗୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କୁ ଦେଖା କରିବା ସହ ଓଡ଼ିଶାରେ ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କଲୁ । pic.twitter.com/tX3n1owQ7f
— Dharmendra Pradhan (@dpradhanbjp) March 16, 2021
ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଛନ୍ତି, ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। MSP ଦରରେ ତୁରନ୍ତ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ଦାବି ଜଣାଇଲେ। ଭଲ ଅମଳ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଅପାରଗତାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଧାନ ସଂଗ୍ରହ ସୀମା ସଂଶୋଧନ କରୁନାହାନ୍ତି ରାଜ୍ୟ ସରକାର। ଫଳରେ MSPର ଅଧା ଦରରେ ଧାନ ବିକୁଛନ୍ତି ହଜାର ହଜାର ଚାଷୀ। ରାଜ୍ୟ ସରକାରଙ୍କ ଅନୈତିକ କ୍ଷମତା ଦୁରୂପଯୋଗ ରୋକାଯାଉ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ @narendramodi ଜୀ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ସ୍ୱପ୍ନକୁ ସାକାର କରିବା ତଥା ଧାନ କିଣା ନେଇ ଥିବା ସମସ୍ୟାର ସମାଧାନ କରିବା ପାଇଁ ଆବଶ୍ୟକୀୟ ସହଯୋଗ ନିମନ୍ତେ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କ ସହଯୋଗ ଲୋଡ଼ିଲୁ ।
— Dharmendra Pradhan (@dpradhanbjp) March 16, 2021
ଗତକାଲି ବିଜେଡି ପ୍ରତିନିଧି ଦଳ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଥିଲେ। ମଣ୍ଡିରେ ପଡ଼ିଥିବା ଧାନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା ଓ ଚାଷୀଙ୍କୁ ବକେୟା ସବ୍ସିଡି ପ୍ରଦାନ କରିବାକୁ ଦାବି କରିଥିଲେ। ଏଥି ସହ ଚାଉଳ ଉଠାଣ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିଜେଡି ପ୍ରତିନିଧି ଦଳ।
ଅନୁକୂଳ ମୌସୁମୀ କାରଣରୁ ଧାନ ଅମଳର ଆଶା କରାଯାଉଥିବା ଅପେକ୍ଷା ଚଳିତ ବର୍ଷ ରାଜ୍ୟ ସରକାର ପ୍ରତ୍ୟେକ ଏକର ଜଳସେଚିତ ଜମି ପାଇଁ ୧୯ କ୍ୱିଂଟାଲ ଏବଂ ପ୍ରତ୍ୟେକ ଏକର ଅଣଜଳସେଚିତ ଜମି ପାଇଁ ୧୩ କ୍ୱିଂଟାଲ ଧାନ କ୍ରୟ ସର୍ବୋଚ୍ଚ ମୂଲ୍ୟର ସଂଶୋଧନ କରିନାହାଁନ୍ତି । ଏହି କାରଣରୁ ହଜାର ହଜାର ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି । pic.twitter.com/ut0m80cYIp
— Dharmendra Pradhan (@dpradhanbjp) March 16, 2021
ସେପଟେ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଗତ ଦୁଇ ଦିନ ହେଲା ବିଧାନସଭା ହୋଲ୍ସ୍ତୋଲ୍ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ମଣ୍ଡିରୁ ଧାନ ଉଠୁନଥିବାରୁ ବିଜେପିର ଜଣେ ବିଧାୟକ ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ। ଯାହାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।