୭ବର୍ଷ ହେଲା ମେଟ୍ରୋ ଟ୍ରେନ୍ ସ୍ୱପ୍ନ ଦେଖାଉଛି ବିଜେଡି ସରକାର, ଏଯାଏ କେନ୍ଦ୍ରକୁ ଦେଇନି ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗତ ୭ବର୍ଷ ହେଲା ରାଜ୍ୟବାସୀଙ୍କୁ ସ୍ୱପ୍ନ ଦେଖାଉଛି, କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇନି। ଏପରିକି ଅର୍ବାନ ଟ୍ରାନ୍ସପୋର୍ଟିଂ ପ୍ଲାନିଂ ସ୍କିମରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ବହନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି। ଟୁଇନସିଟିରେ ମେଟ୍ରୋ ରେଳସେବା ପ୍ରକଳ୍ପ […]

Train

Train

Hemant Lenka
  • Published: Wednesday, 10 February 2021
  • Updated: 10 February 2021, 10:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ-ଭୁବନେଶ୍ୱର ଟୁଇନ୍ ସିଟିରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗତ ୭ବର୍ଷ ହେଲା ରାଜ୍ୟବାସୀଙ୍କୁ ସ୍ୱପ୍ନ ଦେଖାଉଛି, କିନ୍ତୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇନି। ଏପରିକି ଅର୍ବାନ ଟ୍ରାନ୍ସପୋର୍ଟିଂ ପ୍ଲାନିଂ ସ୍କିମରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅର୍ଥ ବହନ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି। ଟୁଇନସିଟିରେ ମେଟ୍ରୋ ରେଳସେବା ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତ ପାଇଁ ୨୦୧୪ରୁ ଏମଓୟୁ କରିଥିବା ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ବି ମେଟ୍ରୋ ରେଳ ସେବା କଥା ଦୋହରାଇଥିଲେ।

ଆଜି ରାଜ୍ୟସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ମେଟ୍ରୋ ରେଳ ସେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ କୌଣସି ପ୍ରସ୍ତାବ ଆସିନାହିଁ। ସହରାଂଚଳ ପରିବହନ ହେଉଛି ସହର ବିକାଶର ଏକ ଅଭିନ୍ନ ଅଙ୍ଗ ଓ ଏହା ରାଜ୍ୟର ବିଷୟ। ତେଣୁ ମେଟ୍ରୋ ରେଳ ପ୍ରକଳ୍ପ ସମେତ ସହରାଂଚଳ ପରିବହନ ଭିତ୍ତିଭୂମି ଆରମ୍ଭ, ବିକାଶ ଓ ପାଣ୍ଠି ଯୋଗାଡ଼ ନିମନ୍ତେ ସମ୍ବଦ୍ଧିତ ରାଜ୍ୟ ସରକାର ହିଁ ଉତ୍ତରଦାୟୀ। ସେଥିପାଇଁ କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ମେଟ୍ରୋ ରେଳସେବା ପାଇଁ ଅନୁରୋଧ କଲେ କେନ୍ଦ୍ର ସରକାର ପ୍ରଚଳିତ ନୀତି,ପ୍ରସ୍ତାବର ଗ୍ରହଣୀୟତା ଓ ସମ୍ବଳର ଉପଲବ୍ଧତା ଆଧାରରେ ସହର ମଧ୍ୟରେ ମେଟ୍ରୋ ରେଳ ଚଳାଚଳ ପ୍ରସ୍ତାବ ପାଇଁ ଆର୍ଥିକ ସହାୟତା ଉପରେ ବିଚାର କରିଥାନ୍ତି।

ସୂଚନାଯୋଗ୍ୟ, କଟକ-ଭୁବନେଶ୍ୱରର ୩୦କିମି ମଧ୍ୟରେ ମେଟ୍ରୋ ରେଳ ସେବା ଚଳାଚଳ ନିମନ୍ତେ ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ରାଜ୍ୟ ସରକାର ୨୦୧୪ ଅଗଷ୍ଟ ୨୩ତାରିଖରେ ହାଇଦ୍ରାବାଦସ୍ଥିତ ବାଲାଜରୀ ରେଲରୋଡ୍ ସିଷ୍ଟମ ଲିଃ ସହ ଏକ ଏମଓୟୁ ସ୍ୱାକ୍ଷର କରିଥିଲେ। ୧୦ମାସ ମଧ୍ୟରେ ଉକ୍ତ ସଂସ୍ଥା ଡିପିଆର ପ୍ରସ୍ତୁତ କରିଥାନ୍ତା। ଏଥିପାଇଁ ୨.୫୨କୋଟି ଟଙ୍କା ଦିଆଯିବାର ଥିଲା। ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ଏମଓୟୁକୁ ଭୁଲିଗଲେ। ଆଉ ୨୦୧୯ ଜୁନ୍ ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭାରେ ନିଜର ଅଭିଭାଷଣ ରଖିବାବେଳେ ଏହି ମେଟ୍ରୋ ରେଳ ସଂଯୋଗ ପାଇଁ ସରକାର ପଦକ୍ଷେପ ନେଉଥିବା କଥା ଉପସ୍ଥାପନ କରିଥିଲେ।

ତେବେ ଆଜି କେନ୍ଦ୍ର ସହରାଂଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୁରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ଓଡ଼ିଶା ସରକାରଙ୍କ ଆନ୍ତରିକତା ପଦାରେ ପଡ଼ିଯାଇଛି। କାରଣ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ରାଜ୍ୟର ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କଲେ ଅର୍ବାନ ଟ୍ରାନ୍ସପୋର୍ଟ ପ୍ଲାନିଂ ସ୍କିମରେ ମୋଟ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଅର୍ଥ ବହନ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos