ମୟୂରଭଞ୍ଜରେ ବାଇକ୍ ଦୁର୍ଘଟଣା: ୨ ମୃତ, ଜଣେ ଆହତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୁରୁଣାପାଣି ଛକରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ହାମୁ ସୋରେନ ଏବଂ ଦିନେଶ ମାରାଣ୍ଡି। ଆହତ ସଞ୍ଜୟ ମୁର୍ମୁଙ୍କୁ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ବୁଧବାର ରାତିରେ ୩ଜଣ ଏକ ବାଇକରେ ରାଇରଙ୍ଗପୁରରୁ ବହଳଦାକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା।