ମେ ୭ରେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା (ନିଟ୍‌)

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମ ଲାଗି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ ଆସନ୍ତା ମେ ୭ ତାରିଖରେ ଅନୁଷ୍ଠିତ ହେବ। ସିବିଏସଇ ପକ୍ଷରୁ ଏନେଇ ବିଧିବିଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ଅନଲାଇନରେ ଅବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚ ଏକ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଓଡ଼ିଶା ୪ବର୍ଷ ହେଲା ନିଟ୍‌ରେ ସାମିଲ ଅଛି। ମେଡିକାଲ ପାଠ୍ୟକ୍ରମ ଲାଗି ସର୍ବ ଭାରତୀୟ ପ୍ରବେଶିକା  ପରୀକ୍ଷା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୋଟିଏ ପ୍ରବେଶିକା କରାଯାଉଛି। ପରୀକ୍ଷାର ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ସମସ୍ତ ସରକାରୀ ବେସକାରୀ ଓ ଡିମଣ୍ଡ ୟୁନିଭର୍ସିଟିରେ ନାମ  ଲେଖାଇପାରିବେ। ଦେଶର ୮୦ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।