ମେୟର ନିର୍ବାଚନ ମାମଲା: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ: ମେୟର ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨୧ ନମ୍ୱର ୱାର୍ଡ କର୍ପୋରେଟର ପଦବୀର ନିର୍ବାଚନ କରାଇବାକୁ ହୋଇଥିବା ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। କୋର୍ଟ ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଛନ୍ତି। ଆଜି ଏହାର ରାୟ ପାଇବାର ସମ୍ଭାବନା ରହିଛି।

୨୧ ନମ୍ୱର ୱାର୍ଡର ଆଶାୟୀ କର୍ପୋରେଟର ପ୍ରାର୍ଥୀ କନକଲତା ନାୟକ ଏହି ୱାର୍ଡରେ ନିର୍ବାଚନ କରାଇବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଏମସିର ୨୧ ନମ୍ୱର ୱାର୍ଡ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କେବଳ ସେତିକି ନୁହେଁ ସିଏମସି ମଧ୍ୟରେ ଥିବା ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ଏହା ଏକମାତ୍ର ମହିଳା ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ଆସନ। ଏହାର କର୍ପୋରେଟର ପଦ ଖାଲି ଥିବା ଅବସ୍ଥାରେ ମେୟର ନିର୍ବାଚନ କରାଗଲେ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ ୨୦୦୩ର ଉଲ୍ଲଂଘନ ହେବ ବୋଲି କନକଲତା ଆବେଦନରେ ଦର୍ଶାଇଥିଲେ।