୨ ଛୁଆ ମରିଗଲେ, ଡାହାଣୀ ଭାବି ହାଣିଦେଲେ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଡାହାଣୀ ସନ୍ଦେହରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ଜାମଦା  ଥାନା ଅଞ୍ଚଳ ଟେଣ୍ଡରା  ଗାଁରେ ଗତକାଲି  ରାତିରେ ସେହି ଗାଁର ମହିଳା ପାଲ ସିଙ୍କୁ (  ୪୫ )  ଘର ବାହାରେ ବସି ଥିବା ବେଳେ ପଡୋଶୀ ବୁର୍ଜୁ ତିରିୟା  ତାଙ୍କ ମୁଣ୍ଡରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହା ପରେ ପରିବାର ଲୋକେ ପ୍ରଥମେ ମହିଳାଙ୍କୁ  ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପରବର୍ତୀ ସମୟରେ ମହିଳାଙ୍କ  ଅବସ୍ଥା ସଙ୍କଟାପନ୍ନ ହୋଇ ଥିବାରୁ  ତାଙ୍କୁ ବାରିପଦାକୁ ରେଫର କରାଯାଇ ଥିଲା । ମହିଳାଙ୍କ ପରିବାର ପକ୍ଷରୁ ଆଜି ଜାମଦା ଥାନାରେ ଲିଖିତ ଅଭିଯୋଗ କରାଯାଇ ଥିବା ସୂଚନା ମିଳିଛି । ଅଭିଯୁକ୍ତଙ୍କ ଦୁଇଟି ସନ୍ତାନର ମୃତ୍ୟୁ ହୋଇ ଥିବା କାରଣରୁ  ସେ ମହିଳାଙ୍କୁ ଡାହାଣୀ ସନ୍ଦେହ କରୁଥିଲା ବୋଲି ଜଣାପଡିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।