ମୟୂରଭଞ୍ଜ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ

mayurbhanja
ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ। ସେଠାକାର ଗୋପବନ୍ଧୁ ବାଳାଶ୍ରମରେ ଟ୍ୟୁଟର ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଆଣିଛନ୍ତି ଏହି ଅଭିଯୋଗ। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ସେ କରିଛନ୍ତି ଅଭିଯୋଗ। ଅଭିଯୋଗ ଆଧାରରେ କୋର୍ଟରେ ତାଙ୍କର ପ୍ରାଥମିକ ବୟାନ ରେକର୍ଡ କରାଯାଇଛି।

ସେ କହିଛନ୍ତି,“ଉପଜିଲ୍ଲାପାଳ ମୋ ସହିତ ଅଶ୍ଳୀଳ ଆଚରଣ କରିଥିଲେ। ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିଲି। କିନ୍ତୁ ସେ ଏହାକୁ ଅଣଦେଖା କରି ଦେଇଥିଲେ।”

ଜିଲ୍ଲାପାଳ ପରୋକ୍ଷରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ତାଙ୍କର ଏହି ଅଭିଯୋଗକୁ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡ଼ା ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ତଦନ୍ତ କରି ବହିଷ୍କାର କରାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି ଅଭିଯୋଗ ଆଣିଛନ୍ତି।”

ମହିଳାଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।