ସରକାରଙ୍କ ଅଜବ ନୀତି: ମେଧାବୃତ୍ତି ଦେବା ପରେ ଫେରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସରକାରଙ୍କ ମେଧାବୃତ୍ତି ଯୋଜନାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଟଙ୍କା ପ୍ରଦାନ ପରେ ଏବେ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ଟଙ୍କା ନ ଫେରାଇଲେ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ସାର୍ଟିଫିକେଟ୍‌ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଉଛି। ଏପରି ଅଭିଯୋଗ ଆସିଛି, ଇଂଜିନିୟରିଂ କଲେଜ୍‌ ସିଇଟି ବିରୋଧରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବୃତ୍ତି ଟଙ୍କା ପାଇ ନ ଥିବା କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ […]

cet

cet

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 03:14 PM IST

ଭୁବନେଶ୍ୱର: ସରକାରଙ୍କ ମେଧାବୃତ୍ତି ଯୋଜନାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଟଙ୍କା ପ୍ରଦାନ ପରେ ଏବେ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ଟଙ୍କା ନ ଫେରାଇଲେ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ସାର୍ଟିଫିକେଟ୍‌ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଉଛି। ଏପରି ଅଭିଯୋଗ ଆସିଛି, ଇଂଜିନିୟରିଂ କଲେଜ୍‌ ସିଇଟି ବିରୋଧରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବୃତ୍ତି ଟଙ୍କା ପାଇ ନ ଥିବା କିଛି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଟଙ୍କା ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ସିଇଟି କଲେଜ ଛାତ୍ରୀ ପ୍ରଜ୍ଞା ପାରମିତା ଦାଶ, ଅନୀଲ କୁମାର ପ୍ରଧାନ ଏବଂ ରଶ୍ମିରଞ୍ଜନ ସାହୁ ଇଂଜିନିୟରିଂ ଏଣ୍ଟ୍ରାନ୍ସରେ ଭଲ ରାଙ୍କ ରଖିଥିବାରୁ ସରକାର ଏମାନଙ୍କୁ ମେଧାବୃତ୍ତି ଦେଇଥିଲେ। ଏ ବାବଦରେ ସେମାନଙ୍କୁ ୨ ବର୍ଷରେ ୨୦,୦୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା। ଏବେ ମେଧାବୃତ୍ତି ବାବଦକୁ ପାଇଥିବା ଟଙ୍କା ଫେରାଇବାକୁ କଲେଜ କର୍ତ୍ତୃପକ୍ଷ କହୁଛନ୍ତି। ଏ ନେଇ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପାଖକୁ ସିଇଟି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି କରାଯାଇଛି। କେବଳ ଏହି ୩ ଜଣ ଛାତ୍ରଛାତ୍ରୀ ନୁହନ୍ତି ବି-ଟେକ୍‌ର ୪ ଜଣ ଓ ଏମ୍‌-ଟେକ୍‌ର ୮ ଜଣଙ୍କୁ ମଧ୍ୟ ଏଭଳି ନୋଟିସ୍‌ ଦିଆଯାଇଛି। ଯାହା ସେମାନଙ୍କ ଚିନ୍ତା ବଢାଇ ଦେଇଛି।

ସିଇଟି ଛାତ୍ରୀ ପ୍ରଜ୍ଞା ପାରମିତା ଦାଶ କହିଛନ୍ତି, “ମୋର ମାର୍କସିଟ୍‌ ଆସି ସାରିଛି, ହେଲେ କଲେଜ କର୍ତ୍ତୃପକ୍ଷ ଦେଉନାହାନ୍ତି। ମେଧାବୃତ୍ତି ବାବଦକୁ ପାଇଥିବା ୨୦,୦୦୦ ଟଙ୍କା ନ ଫେରାଇଲେ ମାର୍କସିଟ୍‌ ଦିଆଯିବ ନାହିଁ ବୋଲି କହୁଛନ୍ତି। ମୁଁ ଏବେ ପିଏଚ୍‌ଡି କରିବାକୁ ଚାହୁଁଛି, ଏଥିପାଇଁ ମାର୍କସିଟ୍‌ ଦରକାର। କଲେଜ କର୍ତ୍ତୃପକ୍ଷ ଦେଉ ନ ଥିବାରୁ ମୁଁ ପିଏଚ୍‌ଡି ପାଇଁ ଆବେଦନ କରିପାରୁନାହିଁ।”

ସିଇଟି ଛାତ୍ର ଅନୀଲ କୁମାର ପ୍ରଧାନ କହିଛନ୍ତି, “ସରକାରଙ୍କ ବିଜ୍ଞାପନ ଅନୁସାରେ ଆମେ ମେଧାବୃତ୍ତି ପାଇଁ ଆବେଦନ କରିଥିଲୁ ଓ ମେରିଟ୍‌ ହିସାବରେ ପାଇଥିଲୁ। ଏଥିରେ ଆମେ କିଛି ଅନିୟମିତତା କରିନାହୁଁ। ଏବେ ଟଙ୍କା ଫେରାଇବାକୁ କହୁଛନ୍ତି। ଆମର କେଉଁଠି ଭୁଲ ରହିଛି ଓ କେଉଁ ନିୟମ ଆଧାରରେ ଟଙ୍କା ଫେରାଇବୁ, ସେ ବିଷୟରେ କିଛି କହୁନାହାନ୍ତି। ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀଙ୍କୁ ଟଙ୍କା ଫେରାଇବାକୁ କୁହାଯାଇଛି।”

ସିଇଟି କଲେଜ କର୍ତ୍ତୃପକ୍ଷ କହିଛନ୍ତି ଟଙ୍କା ଫେରାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ବିଜ୍ଞାପନ ଅନୁସାରେ ପିଜି ମେରିଟ୍‌ ଛାତ୍ରଛାତ୍ରୀ ମେଧାବୃତ୍ତି ପାଇବେ। ତେବେ ଏମ୍‌-ଟେକ୍‌ ପିଲା ପିଜି ମେରିଟ୍‌ରେ ଆସୁ ନ ଥିବାରୁ ଏବେ ଉଚ୍ଚଶିକ୍ଷା ବିଭାଗ ଏହାକୁ ଗ୍ରହଣ କରୁନାହିଁ। ଯଦି କଲେଜ କର୍ତ୍ତପକ୍ଷଙ୍କ ଏହି ଉକ୍ତିରେ ସତ୍ୟତା ରହିଛି ତେବେ ପ୍ରଶ୍ନ ଉଠୁଛି ଉଚ୍ଚଶିକ୍ଷା ବିଭାଗ ବୃତ୍ତି ପ୍ରଦାନ ବେଳେ କ’ଣ ଏହାର ଯାଞ୍ଚ କରି ନ ଥିଲା? ଯଦି ଏମ୍‌-ଟେକ୍‌ ପିଲା ପିଜି ମେରିଟ୍‌ରେ ଆସୁନାହାନ୍ତି ତେବେ ପ୍ରଫେସନାଲ ଓ ଟେକ୍ନିକାଲ ପିଲା କେଉଁମାନେ?

କେବଳ ସେତିକି ନୁହେଁ ମେଧାବୃତ୍ତି ଟଙ୍କା ପାଇ ନ ଥିବା ୨ଜଣ ବି-ଟେକ୍‌ ଛାତ୍ରଙ୍କୁ ମଧ୍ୟ ଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସିଇଟି ଏକାଡେମିକ ଇନ୍‌ଚାର୍ଜ ପ୍ରଭାତ କୁମାର ପାଢୀ କହିଛନ୍ତି, “ପିଲାମାନେ ୨ ବର୍ଷରେ ୨୦ ହଜାର ଲେଖାଏଁ ଟଙ୍କା ପାଇଛନ୍ତି। ସରକାରୀ ନିୟମ ଅନୁସାରେ ଯଦି ସେମାନେ ଯୋଗ୍ୟ ନୁହନ୍ତି, ସେମାନେ ଟଙ୍କା ଫେରାଇ ଦେବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story