ଏନ୍‌ଆଇଟିରେ ଖୋଲିବ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଏନ୍‌ଆଇଟିରେ ଖୋଲିବ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ଏଥି ସହ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅନୁମତି ନେବାକୁ ଆସନ୍ତା ଜୁନ ୧୫ରୁ ଜୁଲାଇ ୭ ତାରିଖ ମଧ୍ୟରେ ଏମ୍‌ସିଆ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଆବେଦନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଏହି […]

nit-rourkela-main-building

nit-rourkela-main-building

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 10:23 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲା ଏନ୍‌ଆଇଟିରେ ଖୋଲିବ ନୂଆ ମେଡିକାଲ କଲେଜ ଓ ହସ୍ପିଟାଲ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ଏଥି ସହ ଏନ୍‌ଆଇଟି ନିର୍ଦ୍ଦେଶକଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆବଶ୍ୟକ ଅନୁମତି ନେବାକୁ ଆସନ୍ତା ଜୁନ ୧୫ରୁ ଜୁଲାଇ ୭ ତାରିଖ ମଧ୍ୟରେ ଏମ୍‌ସିଆ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଆବେଦନ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଏହି ମେଡିକାଲ୍ କଲେଜ ପ୍ରତିଷ୍ଠା ହେଲେ ସେହି ଅଞ୍ଚଳ ସହ ପୂର୍ବ ଭାରତର ଲୋକେ ଉପକୃତ ହେବେ ବୋଲି ଏନ୍‌ଆଇଟି କୁଳସଚିବ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କହିଛନ୍ତି ଯେ, IGHକୁ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାରୁ ତାହା ମଧ୍ୟ କାର୍ଯ୍ୟକାରୀ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos