ଏସ୍‌ସିବି ନିଆଁ ଏମ୍‌କେସିଜିକୁ ଡେଇଁଲା

କଟକ(ଓଡ଼ିଶା ରିପୋର୍ଟର): ତୀବ୍ର ହେଉଛି ଏସ୍‌ସିବି ପିଜି ଛାତ୍ରଙ୍କ ଆନ୍ଦୋଳନ। ୟୁରୋଲଜି ବିଭାଗ ମୁଖ୍ୟଙ୍କ ନିଲମ୍ବନ ଦାବିରେ ଅଡି ବସିଛନ୍ତି ଡାକ୍ତରୀ ଛାତ୍ର ସଂଘ। କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜିକୁ ମିଶାଇ ୯ ଦିନରେ ପହଞ୍ଚିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କିମ୍ୱା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିନି। ପ୍ରଶାସନଠାରୁ ନିରାଶ ହୋଇ ଛାତ୍ରମାନେ ଆଜିଠାରୁ ଦାବି ପୂରଣ ପାଇଁ ରିଲେ ଅନଶନ ଆରମ୍ଭ କରିଛନ୍ତି। ପିଜି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୧୫୦ଜଣ ହାଉସ ସର୍ଜନ ଓ ୧୬୦ […]

medical pg student protest in cuttack

medical pg student protest in cuttack

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 07:57 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ତୀବ୍ର ହେଉଛି ଏସ୍‌ସିବି ପିଜି ଛାତ୍ରଙ୍କ ଆନ୍ଦୋଳନ। ୟୁରୋଲଜି ବିଭାଗ ମୁଖ୍ୟଙ୍କ ନିଲମ୍ବନ ଦାବିରେ ଅଡି ବସିଛନ୍ତି ଡାକ୍ତରୀ ଛାତ୍ର ସଂଘ। କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜିକୁ ମିଶାଇ ୯ ଦିନରେ ପହଞ୍ଚିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କିମ୍ୱା ଏସ୍‌ସିବି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିନି। ପ୍ରଶାସନଠାରୁ ନିରାଶ ହୋଇ ଛାତ୍ରମାନେ ଆଜିଠାରୁ ଦାବି ପୂରଣ ପାଇଁ ରିଲେ ଅନଶନ ଆରମ୍ଭ କରିଛନ୍ତି। ପିଜି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୧୫୦ଜଣ ହାଉସ ସର୍ଜନ ଓ ୧୬୦ ରେସିଡେଣ୍ଟ୍ ଡାକ୍ତର ମଧ୍ୟ ସମୂହ ଛୁଟିରେ ଯାଇଛନ୍ତି। ଯାହାଫଳରେ ଏସ୍‌ସିବିରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଅଧିକ ବିଗିଡିବାରେ ଲାଗିଛି।

ଅନ୍ୟପକ୍ଷରେ ୟୁରୋଲୋଜି ମୁଖ୍ୟ ପ୍ରଫେସର ଦତ୍ତେଶ୍ୱର ହୋତା, ନିଜ କ୍ଲିନିକରେ ଡାକ୍ତରୀ ଛାତ୍ରଙ୍କୁ କାମ କରାଉଥିବା ନେଇ ଆସିଥିବା ଅଭିଯୋଗର ତଦନ୍ତ କରି ୪ ଜଣିଆ ଟିମ୍ ଅଡିଓ ଭିଜୁଆଲ୍ ତଥ୍ୟ ସହ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି। ତେଣୁ ଆନ୍ଦୋଳନରୁ ଓହରିଯିବାକୁ ପିଜି ଛାତ୍ରଙ୍କୁ ନିବେଦନ କରିଛନ୍ତି ଏସ୍‌ସିବି ଅଧୀକ୍ଷକ ଡଃ ପ୍ରଫେସର ଶ୍ୟାମା କାନୁନଗୋ।

ଏସ୍‌ସିବି ମେଡ଼ିକାଲ ଛାତ୍ରଙ୍କ ଆନ୍ଦୋଳନର ତାତି ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍‌କେସିଜି)ରେ ଦେଖିବାକୁ ମିଳିଛି। ଆଜି ଅପରାହ୍ନରୁ ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ରୋଗୀ ସେବା ଏକ ପ୍ରକାର ପ୍ରଭାବିତ ହୋଇଛି। ଚୌକିରେ ଡାକ୍ତର ନଥିବାରୁ ବାହାରେ ରୋଗୀମାନେ ଗହଳି ଜମାଇଛନ୍ତି। ଇନଡୋର, ଆଉଟ୍‌ଡୋର ଓ କାଜୁଆଲିଟି, ସବୁଠି ସମାନ ଅବସ୍ଥା ଦେଖିବାକୁ ମିଳିଛି। ସେହିପରି ବୁର୍ଲା ଭୀମସାରରେ ମଧ୍ୟ ପିଜି ଛାତ୍ରମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦକୁ ଓହ୍ଲାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos