ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ର ରେଲୱେ ଉନ୍ନତିକରଣ ନେଇ ବୈଠକ

ବିଶାଖାପାଟଣା,(ଓଡ଼ିଶା ରିପୋର୍ଟର): ବିଶାଖାପାଟଣାରେ ଇଷ୍ଟକୋଷ୍ଟ ରେଲୱେ ୱାଲଟିୟର  ଡିଭିଜନ କମିଟି ପକ୍ଷରୁ ଏହାର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳବାଇ ଉନ୍ନତି କରଣ ପାଇଁ ଏହି ବୈଠକର ଆୟୋଜନ କରାଯାଇଥିଲା।  ବୈଠକରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରେଳ ସମ୍ବନ୍ଧୀୟ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା । ଏଥିରେ ତିନୋଟି ରାଜ୍ୟର ୱାଲଟିୟର ଡିଭିଜନ ଅଧିନରେ ଥିବା ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶାର ସାଂସଦମାନେ  […]

Rakesh Mallick
  • Published: Sunday, 17 September 2017
  • Updated: 17 September 2017, 11:08 PM IST

Sports

Latest News

ବିଶାଖାପାଟଣା,(ଓଡ଼ିଶା ରିପୋର୍ଟର): ବିଶାଖାପାଟଣାରେ ଇଷ୍ଟକୋଷ୍ଟ ରେଲୱେ ୱାଲଟିୟର  ଡିଭିଜନ କମିଟି ପକ୍ଷରୁ ଏହାର କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତଟ ରେଳବାଇ ଉନ୍ନତି କରଣ ପାଇଁ ଏହି ବୈଠକର ଆୟୋଜନ କରାଯାଇଥିଲା।  ବୈଠକରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରେଳ ସମ୍ବନ୍ଧୀୟ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା । ଏଥିରେ ତିନୋଟି ରାଜ୍ୟର ୱାଲଟିୟର ଡିଭିଜନ ଅଧିନରେ ଥିବା ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ ଓଡ଼ିଶାର ସାଂସଦମାନେ  ରାୟଗଡ଼ା- କୋରାପୁଟଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଆଉ ଏକ ନୂଆ ଟ୍ରେନ ଚଳାଇବା ପାଇଁ  ଦାବି କରିଥିଲେ । ବିଶାଖାପାଟଣାରୁ ନିଜାମୁଦ୍ଦିନ ଯାଉଥିବା ସମତା ଏକ୍ସପ୍ରେସ ଟ୍ରେନର ସମ୍ପ୍ରସାରଣ କରାଯାଇ ଜଗଦଲପରୁ , କୋରାପୁଟ ଓ ରାୟଗଡ଼ା ପର୍ଯ୍ୟନ୍ତ ଚଳାଇବା, କୋରାପୁଟ-ସମ୍ବଲପୁର ପାସେଞ୍ଜସର ଟ୍ରେନକୁ ଜଗଦଲପରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା।  ଏଥିସହିତ ଟିକିରି, ଲକ୍ଷ୍ମୀପୁର ରୋଡ, କୋରାପୁଟ ଏବଂ ରାୟଗଡ଼ା ରେଳଷ୍ଟେଶନ ପରିସରରେ ଥିବା କାନ୍ଥ ଗୁଡ଼ିକରେ ସଂସ୍କୃତିର ଛବି ଆଙ୍କିବା ପାଇଁ କୋରାପୁଟ ସାଂସଦ ଝିନ୍ନ ହିକକା ଦାବି କରିଥିଲେ ।

ଦକ୍ଷିଣ ଓଡ଼ିଶାରେ ଅଧିକ ରେଳ ଚଳାଚଳ, ରାୟଗଡ଼ା- ଥେରୁବାଲି ମଧ୍ୟରେ ବନ୍ୟାରେ ନଷ୍ଟ ହୋଇଯାଇଥିବା ପୋଲର ଶୀଘ୍ର ନିର୍ମାଣ , ଗୁଣୁପରୁ-ନୂଆପଡ଼ା ମଧ୍ୟରେ ଥିବା ଷ୍ଟେସନ  ଗୁଡ଼ିକର ଉନ୍ନତି କରଣ ପାଇଁ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ  ବୈଠକରେ ଦାବି କରିଥିଲେ। ଏହି ଦାବି ସମ୍ପର୍କରେ ଆଲୋଚନା କରାଯାଇ ଯଥାଶାଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୂର୍ବତଟ ରେଳବାଇର ସାଧାରଣ ସମ୍ପାଦକ ଉମେଶ ସିଂ କହିଥିଲେ।

ଇଷ୍ଟକୋଷ୍ଟ ରେଲୱେ ଡିଭିଜନାଲ କମିଟିର ଅଧ୍ୟକ୍ଷ ତଥା ବିଶାଖାପାଟଣା ସାଂସଦ କେ. ହରିବାବୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । ଏଥିରେ କୋରାପୁଟ ସାଂସଦ ଝିନ୍ନ ହିକକା, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ଏବଂ ଇ-କୋ ୱାଲଟିୟର ଡିଭିଜନ ମୁଖ୍ୟ ମୁକୁଲ ସୁରେନ ମାଥୁରଙ୍କ ସହିତ ପୂର୍ବତଟ ରେଳବାଇର ବହୁ ଅଧିକାରୀ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos