‘ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଧାର୍ଯ୍ୟଠାରୁ ଅଧିକ କାମ ହୋଇଛି’

ଭୁବନେଶ୍ୱର: ଓଡ଼ିଶାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଧାର୍ଯ୍ୟଠାରୁ ଅଧିକ କାମ ହୋଇଛି। ୨୦୧୫-୨୦୧୬ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୭.୬ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ୮.୯୫ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୧୮%। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ନିଶ୍ଚିତ ନିଯୁକ୍ତି ପରିଷଦ ବୈଠକ ବସିଥିଲା। ଏଥିରେ ଏମ୍‌ଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା […]

mgnregs

mgnregs

Rakesh Mallick
  • Published: Friday, 19 August 2016
  • Updated: 19 August 2016, 07:09 PM IST

mgnregsଭୁବନେଶ୍ୱର: ଓଡ଼ିଶାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଧାର୍ଯ୍ୟଠାରୁ ଅଧିକ କାମ ହୋଇଛି। ୨୦୧୫-୨୦୧୬ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ୭.୬ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ୮.୯୫ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୧୮%।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ନିଶ୍ଚିତ ନିଯୁକ୍ତି ପରିଷଦ ବୈଠକ ବସିଥିଲା। ଏଥିରେ ଏମ୍‌ଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଆଇନ୍‌ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ଓ ମୁଖ୍ୟଶାସନ ସଚିବ ଆଦିତ୍ୟ ପାଢ଼ୀ ଯୋଗ ଦେଇ ଥିଲେ।

୨୦୧୬-୧୭ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ୮ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ୪ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି। ଏଥିରେ ୧୨ ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଗତ ବର୍ଷ ମରୁଡ଼ି ହୋଇଥିଲା। ସେଥିପାଇଁ ୧୦୦ ଦିନର କାମ ସୃଷ୍ଟି କରାଯାଇଥିଲା। ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାର ଆଉ ୫୦ ଦିନ ଲେଖାଏଁ ଶ୍ରମ ଦିବସ ସୃଷ୍ଟି କରିବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ରେ ପ୍ରାପ୍ୟଠାରୁ ୩୦ ପ୍ରତିଶତ ଅଧିକ ଭରଣା କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ରାଜ୍ୟ ସରକାର ନିଜ ପାଣ୍ଠିରୁ ୫୬୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

୨୦୧୫-୧୬ ଆର୍ଥିକ ବର୍ଷରେ ୪୩୮୨ଟି ପାରମ୍ପରିକ ଜଳ ଉତ୍ସ, ୧୩୬୩ଟି ଚେକ୍‌ ଡ୍ୟାମ୍‌,  ୫୩୨୨ଟି ଫାର୍ମ ପୋଖରୀ ଓ ୬୫୨ଟି ପୋଖରୀ ଖୋଳା ଯାଇଛି। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷର ଶେଷ ୪ ମାସରେ ୪୦୨୩ଟି ପାରମ୍ପରିକ ଜଳ ଉତ୍ସ, ୩୫୭ଟି ଚେକ୍‌ ଡ୍ୟାମ୍‌, ୭୬୫୬ଟି ଫାର୍ମ ପୋଖରୀ ଓ ୧୧୩ଟି ପୋଖରୀ ଖୋଳା ଯାଇଛି।

ଅଙ୍ଗନୱାଡି ଗୃହ ଗୁଡ଼ିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କରାଯାଉଛି। ଏବେ ସୁଦ୍ଧା ୧୧୦୦ଟି ଘର ନିର୍ମାଣ ସରିଲାଣି ଏବଂ ଅନେକ ଗୃହ ନିର୍ମାଣ ଚାଲିଛି। ଭାରତରେ  ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୧୧୦୦ ଘର ନିର୍ମାଣ କରିପାରିଛି।

ପ୍ରତି ପଞ୍ଚାୟତରେ ଖେଳ ପଡ଼ିଆ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏବେ ସୁଦ୍ଧା ୨୦୨୪ ଖେଳ ପଡ଼ିଆ ହାତକୁ ନିଆଯାଇଛି। ୨୦୦ରୁ ଅଧିକ ଖେଳ ପଡ଼ିଆ ନିର୍ମାଣ ସରିଛି।

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମଧ୍ୟ ବନ ମହୋତ୍ସବରେ ଚାରା ରୋପଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୧୫ ହଜାର ଚାରା ରୋପଣ କରାଯାଇଛି।

ମଡେଲ ପଞ୍ଚାୟତ ସମ୍ପର୍କରେ ମନ୍ତ୍ରୀ ଅରୁଣ ସାହୁ କହିଥିଲେ, “ମଡେଲ ପଞ୍ଚାୟତ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩୧୪ ବ୍ଲକରେ ୩୧୪ ପଞ୍ଚାୟତକୁ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story