ବିଲରେ ପଡ଼ିଛି ଶହଶହ ବିଦେଶାଗତ ପକ୍ଷୀଙ୍କ ମୃତଦେହ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଓ ଚିଲିକା ଅଞ୍ଚଳକୁ ଆସୁଥିବା ଶହ ଶହ ବିଦେଶାଗତ ପକ୍ଷୀଙ୍କୁ ବିଷ ପକାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧାର ଟାଙ୍ଗି ରେଞ୍ଜ ରତାମାଟି ଗାଁ ପାଖ ଏକ ବିଲରେ ଶହ ଶହ ବିଦେଶାଗତ ପକ୍ଷୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଗୋଟିଏ ବିଲରେ ଏତେ ମାତ୍ରାରେ ବିଦେଶୀ ପକ୍ଷୀ ମରି ପଡ଼ିବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି। ବନ ବିଭାଗର ତଦନ୍ତ ପରେ ଏତେ ମାତ୍ରାର ପକ୍ଷୀ ମରି […]

bird

bird

Tapaswini Nayak
  • Published: Saturday, 25 December 2021
  • Updated: 25 December 2021, 10:27 AM IST

Sports

Latest News

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଓ ଚିଲିକା ଅଞ୍ଚଳକୁ ଆସୁଥିବା ଶହ ଶହ ବିଦେଶାଗତ ପକ୍ଷୀଙ୍କୁ ବିଷ ପକାଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧାର ଟାଙ୍ଗି ରେଞ୍ଜ ରତାମାଟି ଗାଁ ପାଖ ଏକ ବିଲରେ ଶହ ଶହ ବିଦେଶାଗତ ପକ୍ଷୀ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଗୋଟିଏ ବିଲରେ ଏତେ ମାତ୍ରାରେ ବିଦେଶୀ ପକ୍ଷୀ ମରି ପଡ଼ିବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି। ବନ ବିଭାଗର ତଦନ୍ତ ପରେ ଏତେ ମାତ୍ରାର ପକ୍ଷୀ ମରି ପଡ଼ିବାର କାରଣ ଜଣାପଡ଼ିବ। ତେବେ ବିଲରେ ବିଷ ପକାଇ ପକ୍ଷୀଙ୍କୁ ଶିକାର କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ଟାଙ୍ଗି ରେଞ୍ଜରଙ୍କ ସୂଚନା ଅନୁସାରେ, ଜାତୀୟ ରାଜପଥ କଡ଼ରେ ଥିବା ଢାବାରେ ପକ୍ଷୀ ମାଂସ ରୋଷେଇ କରାଯାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଗତକାଲି ଏନେଇ ବନ ବିଭାଗ ପକ୍ଷରୁ  ବିଭିନ୍ନ ଢ଼ାବାରେ ଚଢ଼ାଉ କରାଯାଇଥିଲେ ମଧ୍ୟ ସେପରି କିଛି ପ୍ରମାଣ ମିଳିନଥିଲା।  ତେବେ କେହି ମୃତ  ପକ୍ଷୀଙ୍କୁ  ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି।

ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ପକ୍ଷୀ ଗୁଡ଼ିକୁ ଜବତ କରିଛି। ଶବ ବ୍ୟବଚ୍ଛେଦ ପରେ  ପକ୍ଷୀଗୁଡ଼ିକୁ ବିଷ ପକାଇ ମରାଯାଇଛି ନା, ଫାଶରେ ପକାଇ  ମରାଯାଇଛି ,ତାହା ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos