ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ବୁହାଗଲା ଶବ

ଆସିକା: ମହାପ୍ରୟାଣ ଗାଡ଼ି କିମ୍ୱା ଆମ୍ୱୁଲାନ୍ସ ନ ମିଳିବାରୁ ହସପିଟାଲରୁ ଟ୍ରଲିରେ ବୁହାହେଲା ଶବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକାରେ।

ଆସିକା ବ୍ଲକ ଅନ୍ତର୍ଗତ କାଳ ଷଣ୍ଢପୁର ଗାଁର ଜଣେ ମହିଳା ସଞ୍ଚଳା ସ୍ୱାଇଁ ଝାଡାବାନ୍ତିରେ ଆକ୍ରାନ୍ତରେ ହୋଇ ଆସିକା ହସପିଟାଲରେ ଭତ୍ତି ହୋଇଥିଲେ। ଗତକାଲି ତାଙ୍କର ହସପିଟାଲରେ ମୃତ୍ୟୁ ହୋଇଥିଲା। ତେବେ ପରିବାର ଲୋକେ ଘରକୁ ଶବ ନେବା ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ହସପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ କିମ୍ୱା ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିନଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ଏକ ଟ୍ରଲିରେ ଶବ ଘରକୁ ନେଇଥିଲେ।