କେନ୍ଦୁଝରରେ ଖଣି ସଚିବ; ଆଜି ଖଣି ଅଞ୍ଚଳର ସମସ୍ୟା ସଂପର୍କରେ ଜିଲ୍ଲାପାଳ ଓ ଡିଏଫ୍‌ଓଙ୍କ ସହ କରିବେ ଆଲୋଚନା

କେନ୍ଦୁଝର: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ଖଣି ସଚିବ ରାଜ କୁମାର ଶର୍ମା ଆଜି ଖଣି ଅଞ୍ଚଳର ସମସ୍ୟା ସଂପର୍କରେ ଜିଲ୍ଲାପାଳ ଓ ଡିଏଫ୍‌ଓଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ସେ ଡିଡିଏମ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ। ଜିଲ୍ଲାରେ ବେଆଇନ୍ ଖଣିଜ ପଦାର୍ଥ ଉତ୍ତୋଳନ, ଡିଏମ୍‌ଏଫ୍‌ ଓ ଖଶି ଅଞ୍ଚଳର ସମସ୍ୟା ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।