ମିନି ଷ୍ଟାଡିୟମ ଉଦ୍‌ଘାଟନ କଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: ଡେରାବିଶ ବ୍ଲକ ଦାନପୁର ଦୋହଳିଠାରେ ଏକ ମିନି ଷ୍ଟାଡିୟମକୁ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ସାଂସଦ ପାଣ୍ଠିରୁ ୩୧,୫୪,୦୦୦ ଟଙ୍କାରେ ଏହି ଷ୍ଟାଡିୟମ ନିର୍ମାଣ ହୋଇଛି।

ଏହାସହ ସାଂସଦ ପଣ୍ଡା ପାଟକୁରା ମଧୁଶାସନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମୀତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରକୁ ଉଦ୍‌ଘଟନ କରିଥିଲେ। ଏହାପରେ ସାଂସଦ କଳାବୁଦା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପାଟକୁରା ବିଧାୟକ ଦେବପ୍ରକାଶ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More