ମିନିଗୁଡ଼ାରେ ଚେକ୍ ଡ୍ୟାମର ଶିଳାନ୍ୟାସ କଲେ ମନ୍ତ୍ରୀ ରମେଶ ମାଝି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମିନିଗୁଡାରେ ଇନ୍ଦ୍ରାବତି ନଦୀରେ ନିର୍ମାଣ ହେବାକୁ ଥିବା ଏକ ଚେକଡ୍ୟାମର ଶିଳାନ୍ୟାସ ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶଚନ୍ଦ୍ର ମାଝିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଜଳ ସଂପଦ ବିଭାଗ ପକ୍ଷରୁ ଏହି ଚେକଡ୍ୟାମ୍ ନିର୍ମାଣ ପାଇଁ ୨୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହା ଦ୍ୱାରା ୧୦ ହଜାର ହେକ୍ଟର ଚାଷଜମି ଜଳ ସେଚିତ ହୋଇପାରିବ ବୋଲି କହିଛନ୍ତି ବିଧାୟକ ମନହର ରନ୍ଧାରି।

ଏହାଛଡା ଜିଲ୍ଲାରେ ଆଉ ୩ଟି ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆସନ୍ତା ୪ ମାସ ମଧ୍ୟରେ ଆରମ୍ଭ କରାଯିବ। ନବରଙ୍ଗପୁର ଜିଲ୍ଲାର ୧ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଝି କହିଥିଲେ।