ମନ୍ତ୍ରୀ ପଚାରିଲେ ‘ହୁ ଆର୍ ୟୁ’, ଜିଲ୍ଲାପରିଷଦ ସଭ୍ୟ ଉତ୍ତର ଫେରେଇଲେ ‘ହୁ ଆର୍ ୟୁ’

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଜିଲ୍ଲା ପରିଷଦ ବୈଠକ ଚାଲିଥିଲା। ସବୁ ଜୋନ୍‌ର ମାନ୍ୟବର ସଭ୍ୟମାନେ ଉପସ୍ଥିତ ଥିଲେ। ସେଠି ସ୍ଥାନୀୟ ବିଧାୟକ ବି ଥିଲେ। ଜିଲ୍ଲାର ବିକାଶ ସଂପର୍କିତ ପ୍ରସଙ୍ଗରେ ଆଲୋଚନା ହେଉଥିଲା। ହଠାତ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ପୂରା ବୈଠକର ପରିବେଶ ବଦଳି ଗଲା। ବିଧାୟକ ସଭା ଛାଡ଼ିକି ରାଗ ତମତମ ହେଇ ପଳେଇଲେ। ପଢ଼ନ୍ତୁ ପୂରା ଘଟଣାଟି କ’ଣ? ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପରିଷଦ ସମୀ‍କ୍ଷା ବୈଠକ ଢେଙ୍କାନାଳ ସହରରେ ଥିବା […]

11111

11111

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 04:48 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଜିଲ୍ଲା ପରିଷଦ ବୈଠକ ଚାଲିଥିଲା। ସବୁ ଜୋନ୍‌ର ମାନ୍ୟବର ସଭ୍ୟମାନେ ଉପସ୍ଥିତ ଥିଲେ। ସେଠି ସ୍ଥାନୀୟ ବିଧାୟକ ବି ଥିଲେ। ଜିଲ୍ଲାର ବିକାଶ ସଂପର୍କିତ ପ୍ରସଙ୍ଗରେ ଆଲୋଚନା ହେଉଥିଲା। ହଠାତ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ପୂରା ବୈଠକର ପରିବେଶ ବଦଳି ଗଲା। ବିଧାୟକ ସଭା ଛାଡ଼ିକି ରାଗ ତମତମ ହେଇ ପଳେଇଲେ। ପଢ଼ନ୍ତୁ ପୂରା ଘଟଣାଟି କ’ଣ?

ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପରିଷଦ ସମୀ‍କ୍ଷା ବୈଠକ ଢେଙ୍କାନାଳ ସହରରେ ଥିବା ଡିଆର୍‌ଡିଏ ବିଲ୍‌ଡିଂର ସମ୍ମିଳନୀ କକ୍ଷରେ ବସିଥିଲା। ଏଥିରେ ଜିଲ୍ଲାର ସମସ୍ତ ଜୋନ୍‌ର ସଭ୍ୟ, ଜିଲ୍ଲାର ସମସ୍ତ ବିଭାଗର ଅଫିସର, ନିଜେ ଜିଲ୍ଲାପାଳ ଏବଂ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ବିଧାୟକ ସରୋଜ ସାମଲ ଏବଂ ପରିବହନ ମନ୍ତ୍ରୀ ନୃସିଂହ ସାହୁ ମଧ୍ୟ ନିମନ୍ତ୍ରିତ ହୋଇ ଏଠାରେ ଉପସ୍ଥିତ ଥିଲେ। ତେବେ ସଭା ଆରମ୍ଭରୁ ଜୋନ୍-୩ ପରଜଙ୍ଗ ଜିଲ୍ଲା ପରିଷଦ ସଭ୍ୟ ରଂଜନ ପଣ୍ଡା ଅଭିଯୋଗ କଲେ ଯେ, ଜିଲ୍ଲାର କୌଣସି ଉନ୍ନୟନମୂଳକ କାମରେ ତାଙ୍କୁ ସାମିଲ୍ କରାଯାଉନି। ଜିଲ୍ଲାପରିଷଦ ପାୱାର କାର୍ଯ୍ୟକାରୀ କରିବାକୁ ତାଙ୍କୁ ସୁଯୋଗ ଦିଆଯାଉନି। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ- ହୁ ଆର୍ ୟୁ (ଆପଣ କିଏ?)। ତ ଏଥିରେ ଉତ୍ତେଜିତ ହୋଇ ରଂଜନ ମଧ୍ୟ ମନ୍ତ୍ରୀଙ୍କୁ କହିଥିଲେ- ହୁ ଆର୍ ୟୁ। ଆପଣ ବିଧାନସଭାରେ ବିଧାୟକ, ସେଠି ଯାହାକିଛି କହିପାରିବେ। ଏଠି ନୁହେଁ।

dklଫଳରେ ଏଥିରେ ମନ୍ତ୍ରୀ ଅପମାନିତ ଅନୁଭବ କରି ରାଗି ଯାଇଥିଲେ ଓ ସଭାସ୍ଥଳ ଛାଡ଼ି ଚାଲି ଯାଇଥିଲେ? ତୃତୀୟ ମହଲାରୁ ଓହ୍ଲାଇ ମନ୍ତ୍ରୀ ପୂରା ତଳ ମହଲାକୁ ଚାଲିଯାଇଥିଲେ। ତାଙ୍କ ସହିତ ବୈଠକରେ ଉପସ୍ଥିତ ଥିବା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ ଢେଙ୍କାନାଳ ବିଧାୟକ ସରୋଜ ସାମଲ ମଧ୍ୟ ବୈଠକ ଛାଡ଼ି ଚାଲିଯାଇଥିଲେ। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

dkl1ଏହାପରେ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ବିଭାଗର ଅଫିସରମାନେ ଏବଂ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ମିଳିମିଶି ନିଷ୍ପତ୍ତି ନେଲେ ଯେ, ସେମାନେ ମନ୍ତ୍ରୀଙ୍କୁ ପୁଣି ସଭାକୁ ଆସିବାକୁ ଅନୁରୋଧ କରିବେ। ଜେନ୍‌-୩ ସଭ୍ୟ ରଂଜନ ପଣ୍ଡା ମଧ୍ୟ ମନ୍ତ୍ରୀଙ୍କୁ ଭୁଲ୍ ମାଗିବାକୁ ରାଜି ହୋଇଥିଲେ। ସମସ୍ତେ ଯାଇ ମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ସେ ପୁଣି ବୈଠକରେ ଯୋଗ ଦେଇଥିଲେ।

ରଂଜନ କହିଛନ୍ତି- ‘ଗୋଟେ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଆମକୁ ଜିଲ୍ଲାପରିଷଦ ପାୱାର ଦିଆଯାଉ ନାହିଁ। ତେଣୁ ମୁଁ ପଚାରିଲି। ମୁଁ ମନ୍ତ୍ରୀଙ୍କୁ ଅସମ୍ମାନ କରିନାହିଁ, ସେ ମତେ ‘ତମେ କିଏ’ ବୋଲି ପଚାରିଲେ। ମୁଁ କହିଲି ଆପଣ ବିଧାନସଭାରେ ସେମିତି ପଚାରି ପାରିବେ। ମୁଁ ଦୁଃଖ ପ୍ରକାଶ ବି କଲି। ତାଙ୍କ ପାଖକୁ ଗଲି, ତାଙ୍କୁ ଅନୁରୋଧ କଲି, ସେ ମଧ୍ୟ ଆସିଲେ।’

ସେହିପରି ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି- ‘ଜନୈକ ସଦସ୍ୟ କହିଲେ, ବିଧାୟକମାନେ ବିଧାନସଭାରେ କହିବେ, ଜିଲ୍ଲା ପରିଷଦ ବୈଠକରେ କହିପାରିବେ ନାହିଁ। ସେଥିପାଇଁ ଆମେ ବୈଠକକୁ ବୟକଟ୍ କଲୁ। ସେ ମଧ୍ୟ ଆସି ତାଙ୍କ ଭୁଲ୍ ସ୍ୱୀକାର କଲେ। ଏହାପରେ ମାମଲା ସମାଧାନ ହୋଇଗଲା।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story