ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ କଳାପତାକା ପ୍ରଦର୍ଶନ: ୩ ବିଜେପି କର୍ମୀ ଅଟକ

କଟକ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜେପି କର୍ମୀ ଓ ନେତାମାନେ ବିରୋଧ କରିଛନ୍ତି। ଆଜି ଦାସବର୍ମା କଟକର ବୋସ୍ କଲେଜରେ ଆୟୋଜିତ ‘ୱାଲର୍ଡ ୟୁଥ୍‌ ସ୍କିଲ୍‌ ଡେ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଅଟକ ରଖିଛି।

ଦୁଇଦିନ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗସ୍ତ ଅବସରରେ ମଧ୍ୟ ଦାସବର୍ମାଙ୍କୁ  ବିଜେପି କର୍ମୀ କଳାପତାକା ପ୍ରଦର୍ଶନ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।