୫ବର୍ଷର ନାବାଳିକାକୁ ଦୁଷ୍କର୍ମ

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ବର୍ଷର ନାବାଳିକାକୁ ପଡ଼ୋଶୀ ଘରର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଯୁବକକୁ ଗିରଫ କରିଛି। ହେଲେ ଅଭିଯୁକ୍ତ ଜଣକ ନାବାଳକ କି ସାବାଳକ ଜଣାପଡ଼ିନାହିଁ। ନାବାଳିକାର ଡାକ୍ତରୀମାଇନା କରାଯିବ। ପୋଲିସ ଘଟଣାର ତଦନ୍ତ କରୁଛି।