ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ନାବାଳକ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ନାବାଳକ ଜଣଙ୍କ ଭାସି ଯାଇଥିଲେ ହେଁ ତାଙ୍କର ଦୁଇ ଜଣ ବନ୍ଧୁ ସୁରକ୍ଷିତ ଉଦ୍ଧାର ହୋଇ ପାରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡ଼ା ଘାଟକୁ ତିନି ଜଣ ସାଙ୍ଗ ଆଜି ଗାଧୋଇବାକୁ ଯାଇଥିଲେ। ସମସ୍ତେ ଗାଧୋଉଥିବା ବେଳେ ହଠାତ୍‌ ନଦୀର ଗଣ୍ଡରେ ପଡ଼ିଯାଇଥିଲେ। ସେଠାରୁ […]

Minor

Minor

Hemant Lenka
  • Published: Sunday, 08 May 2022
  • Updated: 08 May 2022, 03:33 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଜଣେ ନାବାଳକ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ନାବାଳକ ଜଣଙ୍କ ଭାସି ଯାଇଥିଲେ ହେଁ ତାଙ୍କର ଦୁଇ ଜଣ ବନ୍ଧୁ ସୁରକ୍ଷିତ ଉଦ୍ଧାର ହୋଇ ପାରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡ଼ା ଘାଟକୁ ତିନି ଜଣ ସାଙ୍ଗ ଆଜି ଗାଧୋଇବାକୁ ଯାଇଥିଲେ। ସମସ୍ତେ ଗାଧୋଉଥିବା ବେଳେ ହଠାତ୍‌ ନଦୀର ଗଣ୍ଡରେ ପଡ଼ିଯାଇଥିଲେ। ସେଠାରୁ ମୁକିଳିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ଫଳରେ ନଦୀର ପ୍ରଖର ସ୍ରୋତରେ ସୁଧା ବିନ୍ଦୁ ନାମକ ଜଣେ ନାବାଳକ ଭାସି ଯାଇଛନ୍ତି। ତେବେ ସୁଧାଙ୍କ ସହ ଥିବା ତାଙ୍କର ଦୁଇ ବନ୍ଧୁ ମୁନା ସାହୁ ଓ ଶୁଭମ ଜେନାଙ୍କୁ ସ୍ଥାନୀୟ ଗାଁ ଲୋକ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି।

ଘଟଣା ପରେ ନଦୀ ଘାଟରେ ପ୍ରବଳ ଭିଡ଼ ଜମିଥିଲା। ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଏଯାଏ ନିଖୋଜ ସୁଧା ବିନ୍ଦୁଙ୍କ ପତ୍ତା ମିଳିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos