ନାବାଳିକାକୁ ରାସ୍ତାରୁ ଉଠାଇନେଲେ, ହାତଗୋଡ଼ ବାନ୍ଧି…

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବଦଳୁନି ଯୌନ ରାକ୍ଷସଙ୍କ ମାନସିକତା। ପୋଲିସର ତାଗିଦ୍‌ କାମ ଦେଉନି। ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମରେ ଶିକର ହୋଇଛି। ନାବାଳିକା ଜଣକ ହାଟ୍‌ ସାରି ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରେ ଦୁଇ ଯୌନ ରାକ୍ଷସ ତାଙ୍କ ହାତ ଗୋଡ଼ ବାନ୍ଧି ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଏପରି ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା ଘଟିଛି। ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ମଧ୍ୟାହ୍ନରେ ନାବାଳିକା ଜଣକ ହାଟ କରି ଘରକୁ ଫେରୁଥିଲେ। ଏହି ସମୟରେ ପିଣ୍ଟୁ ବରିହା ଓ ଟୁକୁ କୁମ୍ଭାର ତାଙ୍କ ହାତ ଗୋଡ଼ ବାନ୍ଧି ଓ ମୁହଁରେ ପଟି ବାନ୍ଧି ଉଠାଇ ନେଇ ଏକ ଚାଳ ଘରେ ଦୁଷ୍କର୍ମ କରିଥିଲେ। ପରେ ନାବାଳିକା ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ସେହି ଦିନି ରାତିରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ ପିଣ୍ଟୁ ବରିହା ଓ ଟୁକୁ କୁମ୍ଭାରଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।