ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଘର ଲୋକ

ପଟ୍ଟାମୁଣ୍ଡାଇ( ଓଡ଼ିଶା ରିପୋର୍ଟର): ଅନେକ ସଚେତନତା ସତ୍ତ୍ୱେ ଥମିବାର ନାଁ ନେଉନି ଦୁଷ୍କର୍ମ ଘଟଣା। ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ। ତେବେ ଦୁଷ୍କର୍ମକାରୀ ପରିବାର ସଦସ୍ୟ ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ନାବାଳିକାଟିର ବୟସ ୧୪ ବର୍ଷ। ନିଜର ସର୍ମ୍ପକୀୟ ଦାଦା ଓ ବଡ଼ବାପା ପୁଅ ଭାଇ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ତାକୁ ବିଭିନ୍ନ ଧମକ ଚମକ ଦେଇ ବର୍ଷେ ହେବ ଉଭୟେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ବର୍ତ୍ତମାନ ସେ ୭ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ପୀଡ଼ିତାଙ୍କ ବାପା କହିଛନ୍ତି,“ମୋ ସାନ ଭାଇ ଓ ବଡ଼ ଭାଇର ପୁଅ ମିଶି ମୋ ଝିଅକୁ ଦୁଷ୍କର୍ମ କରିଛନ୍ତି। ଏବେ ସେ ୭ ମାସ ଗର୍ଭବତୀ ଅଛି। ଏନେଇ ଥାନାରେ ଏତଲା ଦେଇଛି।”