ନିଷ୍ଠୁର ହେଲେ ଈଶ୍ୱର, କୋଳରେ ପୁଅଟିଏ ଦେଇ ମଥାରୁ ପୋଛିଦେଲେ ସିନ୍ଦୁର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭଗବାନ୍‌ ନିଷ୍ଠୁର ହୋଇପଡିଲେ। ମାତ୍ର କେତେ ସେକେଣ୍ଡ ଭିତରେ ସବୁ ଓଲଟ ପାଲଟ ହୋଇଗଲା। ଜୀବନ ଘଡିଏ ଅଟକି ଯାଇଥିଲେ ପୁଅ ହୋଇଥିବା ଖୁସିରେ ସାହି ପଡିଶାରେ ମିଠା ବଣ୍ଟିଥାନ୍ତେ, ହେଲେ କନ୍ଦେଇ ଦେଇ ଚାଲିଗଲେ ବାବୁଲି। ଡାକ୍ତରଖାନା ବାରଣ୍ଡାରେ ନିସ୍ତେଜ ହୋଇ ପଡିଛି ତାଙ୍କ ଶ      ବ। ବାହୁନି ହୋଇ କାନ୍ଦୁଛନ୍ତି ସମ୍ପର୍କୀୟ, କନ୍ଦୁଛନ୍ତି ମା’। ହେଲେ ପତ୍ନୀ ତାଙ୍କର ପ୍ରସୂତି ସଯ୍ୟାରେ ଜନ୍ମ ଦେଇଛନ୍ତି ପୁତ୍ର ସନ୍ତାନଟିଏ। ହୁଏତ ସେ କିଛି […]

babauli

babauli

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 06:45 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଭଗବାନ୍‌ ନିଷ୍ଠୁର ହୋଇପଡିଲେ। ମାତ୍ର କେତେ ସେକେଣ୍ଡ ଭିତରେ ସବୁ ଓଲଟ ପାଲଟ ହୋଇଗଲା। ଜୀବନ ଘଡିଏ ଅଟକି ଯାଇଥିଲେ ପୁଅ ହୋଇଥିବା ଖୁସିରେ ସାହି ପଡିଶାରେ ମିଠା ବଣ୍ଟିଥାନ୍ତେ, ହେଲେ କନ୍ଦେଇ ଦେଇ ଚାଲିଗଲେ ବାବୁଲି। ଡାକ୍ତରଖାନା ବାରଣ୍ଡାରେ ନିସ୍ତେଜ ହୋଇ ପଡିଛି ତାଙ୍କ ଶ      ବ। ବାହୁନି ହୋଇ କାନ୍ଦୁଛନ୍ତି ସମ୍ପର୍କୀୟ, କନ୍ଦୁଛନ୍ତି ମା’। ହେଲେ ପତ୍ନୀ ତାଙ୍କର ପ୍ରସୂତି ସଯ୍ୟାରେ ଜନ୍ମ ଦେଇଛନ୍ତି ପୁତ୍ର ସନ୍ତାନଟିଏ। ହୁଏତ ସେ କିଛି ଜାଣି ନାହାନ୍ତି ସ୍ୱାମୀଙ୍କ ଦେହାନ୍ତର କଥା।

ନାତି ହେଇଛି, ବୋହୂ ମୋର ଡାକ୍ତରଖାନା ବେଡ୍‌ରେ, ହେଲେ ମୋ ବାବୁଲି ଆଉ ନାହିଁ। ମୋ କୋଳ ଖାଲି କରି ଚାଲିଯାଇଛି ଆରପାରିକୁ।” ଏମିତି କିଛି ବୁକୁଫଟା କଥାରେ ଫାଟିପଡୁଛି ବଲାଙ୍ଗିର ଡାକ୍ତରଖାନା। ଯିବା ଆସିବା କରୁଥିବା ଲୋକେ ବି ଏ କୋହଭରା କାନ୍ଦ ଶୁଣି ଅଟକି ଯାଉଛନ୍ତି। ଆଉ ପୁରା ଘଟଣା ଜାଣିବା ପରେ ଆହା ପଦେ କହି ଚାଲି ଯାଉଛନ୍ତି।

ବାବୁଲି ଓରଫ ବାବୁଲି ଭରାସାଗର। ବଲାଙ୍ଗିର ଜିଲ୍ଳା ଟିଟିଲାଗଡ ଥାନା ମନିଗାଁର ୩୦ ବର୍ଷିୟ ଏହି ଯୁବକଙ୍କ ପତ୍ନୀ ବର୍ଷ ଗର୍ଭବତୀ ଥିଲେ। ପୁଅ ହେବ କି ଝିଅ ସେ ନେଇ ଅବଗଣନା ବି ଆରମ୍ଭ କରି ସାରିଥିଲେ ଦମ୍ପତି। ପ୍ରସବ ସମୟ ପାଖେଇ ଆସିଥିବାରୁ ଆଜି ସକାଳୁ ପତ୍ନୀ ବର୍ଷାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ଧରି ଆସିଥିଲେ ବାବୁଲି । ପତ୍ନୀଙ୍କୁ ଲେବର ରୁମ୍‌କୁ ପଠାଇ ଫେରୁ ଫେରୁ ଝୁଣ୍ଟି  ତଳେ ପଡିଗଲେ। ବାସ୍‌ ଏଇ ଟିକକ କଥାରେ ସବୁ ସରିଗଲା। କଥାରେ ଅଛି ନା ‘‘ଯମକୁ ଦୋଷ ଲାଗେନା”। ଠିକ୍‌ ଏଇ କଥା ପ୍ରମାଣିତ ହୋଇଗଲା ସେଠି। ସ୍ଥାନୀୟ ଲୋକେ ତାଙ୍କୁ ତଳୁ ଉଠାଇ କାଜୁଆଲିଟିରେ ଭର୍ତ୍ତି କଲେ। ଆଉ ଡାକ୍ତର କହିଲେ ସେ ଆଉ ନାହାନ୍ତି। ସାଥିରେ ଆସିଥିବା ସମ୍ପର୍କୟ ଚମକି ପଡିଲେ। ଆଉ ଠିକ୍‌ ଏତିକି ବେଳେ ଖୁସି ଖବରଟିଏ ପହଞ୍ଚିଲା। ବାବୁଲିଙ୍କ ପୁଅ ହୋଇଛି।

ଅଦ୍ଭୁତ ସଂଯୋଗ। ବାପା ହେବାର ଗୌରବ ସାଉଁଟିବା ବୋଧହୁଏ ତାଙ୍କ ଭାଗ୍ୟରେ ନ ଥିଲା। ସେଥିପାଇଁ ସେ ଏମିତି ବେଳାରେ ସମସ୍ତଙ୍କୁ ଛାଡି ଚାଲିଗଲେ। ଡାକ୍ତରଖାନା ବାହାରେ ପୁଅର ମୃତ୍ୟୁ ଖବର ପାଇ ବାବୁଲିଙ୍କ ମା’ ଛାତି ବାଡେଇ କାନ୍ଦିବାର ଦୃଶ୍ୟ ଥିଲା ସବୁଠାରୁ ହୃଦୟ ବିଦାରକ।

ପ୍ରସୂତି ଗୃହରେ ପୁତ୍ର ସନ୍ତାନ ଜନ୍ମ କରିଥିବା ବର୍ଷା ସ୍ୱାମୀଙ୍କ ମୃତ୍ୟୁ ସମ୍ପର୍କରେ କିନ୍ତୁ କିଛି ବି ଜାଣିନାହାନ୍ତି । ନିଜ ପୁଅକୁ ଦେଖି ଭାରି ଖୁସିରେ ଅଛନ୍ତି ସେ। ହେଲେ ଯେତେବେଳେ ସେ ଜାଣିବେ ତାଙ୍କ ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ସେତେବେଳେ କ’ଣ ହେବ ତାଙ୍କର ଅବସ୍ଥା? ଇଶ୍ୱରଙ୍କୁ ନିନ୍ଦିବା ହିଁ ସାର ହେବ, ହେଲେ ସେତକ ବି ତାଙ୍କ ଭାଗ୍ୟରେ ନାହିଁ। କାରଣ ମଥାରୁ ସିନ୍ଦୁର ପୋଛି ଭଗବାନ ସିନା ତାଙ୍କୁ ଅଭାଗିନି କରିଦେଲେ ହେଲେ କୋଳରେ ପୁଅ ଦେଇ ତାଙ୍କୁ ଦୟା କରିଛନ୍ତି ବୋଲି ବି କେହି ଅସ୍ୱୀକାର କରିବେନି। ଭାବିଲେ ଦେଖି କି ଦୁଃଭାଗ୍ୟ ତାଙ୍କର।

ସୂଚନାଯୋଗ୍ୟ, ବାବୁଲିଙ୍କ ସହ ଆସିଥିବା ସମ୍ପର୍କୀୟ ମହିଳା କହିଛନ୍ତି, ବର୍ଷାଙ୍କ ପ୍ରସବ ବେଦନା ହେବାରୁ, ତାଙ୍କ ପରିବାର ଲୋକେ ଗତକାଲି ଟିଟିଲାଗଡ ହସପିଟାଲରେ ପ୍ରଥମେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଟିଟିଲାଗଡରୁ ତାଙ୍କୁ ବଲାଙ୍ଗିର ରେଫର କରିଦେଲେ । ଆଜି ସକାଳୁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ବାବୁଲି ପତ୍ନୀ ବର୍ଷାଙ୍କୁ ଭର୍ତ୍ତି କରାଇ ଫେରୁଥିବା ବେଳେ ହଠାତ୍ ମୁଣ୍ଡ ବୁଲାଇ ତଲେ ପଡିଗଲେ। ଆଉ ତା ପାରେ ତାଙ୍କର ମୃତ୍ୟୁ ଘଟିଲା।

ଗତକାଲିଠାରୁ ହସପିଟାଲ କାମରେ ଠିକ ଭାବରେ ଖିଆ ପିଆ କରିପାରି ନ ଥିବାରୁ ଶରୀର ଦୁର୍ବଳ ହୋଇ ଯାଇଥିଲା । ଉଚ୍ଚ ରକ୍ତଚାପ ତାଙ୍କର ମୃତ୍ୟୁର କାରଣ ହୋଇଥାଇ ପାରେ ବୋଲି କହିଛନ୍ତି ସି.ଡି.ଏମ୍.ଓ ସୁଜ୍ଞାନେନ୍ଦ୍ର ମିଶ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos