ଜିତିଲା ମା’ର ବିଶ୍ୱାସ; ୨୬ ବର୍ଷ ପରେ ଫେରି ଆସିଲା ହଜିଲା ପୁଅ

ସୋର (ଓଡ଼ିଶା ରିପୋର୍ଟର): ମା’ର ବିଶ୍ୱାସ ଓ ଭଲପାଇବା ଆଗରେ ହାର ମାନିଛି ସମସ୍ତ ବାଧାବିଘ୍ନ। ପରିବାର ଓ ଗ୍ରାମବାସୀ ପୁଅ ବଞ୍ଚିଛି  ବୋଲି ଆଶା ରଖି ନଥିବା ବେଳେ  ମା’ ମନ ବୁଝି ନଥିଲା। ଭରସା ଥିଲା ପୁଅ ତା’ କୋଳକୁ ଫେରିବ, ପୁଣି ଆଗ ଭଳି ମା’ ବୋଲି ଡାକିବ। ଶେଷରେ ମା’ର ବିଶ୍ୱାସ ପୂରଣ ହୋଇଛି। ଦୀର୍ଘ ୨୬ ବର୍ଷ ପରେ ମା’ କୋଳକୁ ପୁଅ ଫେରିଛି।  ଘଟଣାଟି ନାଟକୀୟ ଲାଗୁଥିବା ବେଳେ […]

soro

soro

Tapaswini Nayak
  • Published: Monday, 15 November 2021
  • Updated: 15 November 2021, 12:58 PM IST

Sports

Latest News

ସୋର (ଓଡ଼ିଶା ରିପୋର୍ଟର): ମା’ର ବିଶ୍ୱାସ ଓ ଭଲପାଇବା ଆଗରେ ହାର ମାନିଛି ସମସ୍ତ ବାଧାବିଘ୍ନ। ପରିବାର ଓ ଗ୍ରାମବାସୀ ପୁଅ ବଞ୍ଚିଛି  ବୋଲି ଆଶା ରଖି ନଥିବା ବେଳେ  ମା’ ମନ ବୁଝି ନଥିଲା। ଭରସା ଥିଲା ପୁଅ ତା’ କୋଳକୁ ଫେରିବ, ପୁଣି ଆଗ ଭଳି ମା’ ବୋଲି ଡାକିବ। ଶେଷରେ ମା’ର ବିଶ୍ୱାସ ପୂରଣ ହୋଇଛି। ଦୀର୍ଘ ୨୬ ବର୍ଷ ପରେ ମା’ କୋଳକୁ ପୁଅ ଫେରିଛି।  ଘଟଣାଟି ନାଟକୀୟ ଲାଗୁଥିବା ବେଳେ ପ୍ରକୃତରେ କଥାଟି ସତ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଧୁଆପଡା ଗାଁରେ। ପୁଅ ଘରକୁ ଫେରିବା ପରେ ଖୁସି ଲହରୀ ଖେଳିଯାଇଛି।

ସାଧୁଆପଡା ଗାଁର ସତ୍ୟାନନ୍ଦ ନାୟକଙ୍କ ପୁଅ ସନିଆ  । ୨୬ ବର୍ଷ ତଳେ କିଛି ସାଙ୍ଗଙ୍କ ସହିତ ଭୋଜି କରିବାକୁ ଯାଇ  ଆଉ ଘରକୁ ଫେରିନଥିଲା। ପରିବାର ଲୋକେ ପୁଅକୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ।  ମା’ର ବିଶ୍ୱାସ ଥିଲା ପୁଅ ଘରକୁ ନିଶ୍ଚେ ଫେରିବ। ମା’ ବୋଲି ଡାକିବ।  ସେଥିପାଇଁ ମା’ ଦିନରାତି  ଦେବୀଦେବୀଙ୍କ ପୂଜାର୍ଚ୍ଚାନ  କରୁଥିଲା। ପୁଅର ବାଟକୁ ଅନାଇ ବସିଥଲା।  ମା’ ବିଶ୍ୱାସ ଜିତିଲା। ହଠାତ୍ ପୁଅ ଗତକାଲି  ଘରକୁ ଫେରିଥିଲା, ପୁଣି ଆଗ ଭଳି ମା’ ବୋଲି ଡାକି କୁଣ୍ଡାଇ ପକାଇଥିଲା। ମାଆ ହଜିଲା ପୁଅକୁ ପାଇ ନିଜ କୋହକୁ ସମ୍ଭାଳି ପରି ନଥିଲା। ମା’ପୁଅ  ଦୁଇ ଜଣ କୁଣ୍ଢାକୁଣ୍ଢି ହୋଇ ବହୁତ ସମୟ କାନ୍ଦିଥିଲେ।  ମା’ ସଙ୍ଗେ ସଙ୍ଗେ ପୁଅକୁ ଘରୁ ଡାକିନେଇଥିଲେ। ନିଜ କାନିରେ ତାର ମୁହଁକୁ ପୋଛି ଦେଇ ଖାଇବାକୁ ଦେଇଥିଲା। ନିଜ ହାତରେ ପୁଅକୁ ଖାଇବାକୁ ଦେବା ସହ ତାର ମୁଣ୍ଡକୁ ଆଉଁସି ଦେଇଥିଲା।

ସନିଆର ମାଆ ବାସନ୍ତୀ ନାୟକ କହିଛନ୍ତି, ୧୮ ବର୍ଷ ବୟସରେ ଘରୁ କୁଆଡେ ପଳାଇଯାଇଥିଲା ମୋ ପୁଅ।  ମୁଁ  ବହୁତ ଖୋଜାଖୋଜି କରିବା ପରେ ବି ତାକୁ ପାଇ ନଥିଲି।  ମୁଁ ପୁଅକୁ ପାଇବା ପାଇଁ  ଦେବାଦେବୀଙ୍କ ପୂଜା କରିଥିଲି। ମୋର ବିଶ୍ୱାସ ଥିଲା ପୁଅ ଫେରି ଆସିବ। ଆଜି ପୁଅ ମୋ  ପାଖକୁ ଫେରି ଆସିଛି।

ପ୍ରଥମେ ସେ କୋଲକତା ପଳାଇଯାଇଥିଲା। ପରେ ସେ ଦିଲ୍ଲୀରେ ରହି  କାମ କରୁଥିଲା ବୋଲି ସନିଆ ମୋତେ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story