ଏମ୍‌.ଏମ୍‌ ଦାସ କମିଶନଙ୍କୁ ଭେଟିଲେ ‘ଓସ୍କାର’ର ଗୁଜରାଟ ଜମାକାରୀ ଓ ଏଜେଣ୍ଟ

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକାମୀରେ ଶିକାର ହୋଇଥିବା ଗୁଜରାଟ ରାଜ୍ୟର ଭରୁଚ ଜିଲ୍ଲାର କେତେକ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ ଆଜି ପୁଣି ଥରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଅଫିସ୍‌ ଯାଇ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପରେ ସେମାନେ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ଏମ୍‌ଏମ୍‌ ଦାସ କମିଶନଙ୍କୁ ଭେଟି ଟଙ୍କା ଫେରନ୍ତ ପାଇଁ ଦାବି କରିଛନ୍ତି। ଏହାସହ ଆଜି ଜାମାକାରୀମାନେ ଚୌଦ୍ୱାର ଜେଲରେ ଥିବା ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଭେଟିବାକୁ ଯାଇ ନିରାଶ ହୋଇଫେରିଥିଲେ। […]

oscar-chitfund

oscar-chitfund

Rakesh Mallick
  • Published: Monday, 08 August 2016
  • Updated: 08 August 2016, 10:49 PM IST

ଭୁବନେଶ୍ୱର: ଓସ୍କାର ଚିଟ୍‌ଫଣ୍ଡ୍‌ ଠକାମୀରେ ଶିକାର ହୋଇଥିବା ଗୁଜରାଟ ରାଜ୍ୟର ଭରୁଚ ଜିଲ୍ଲାର କେତେକ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ ଆଜି ପୁଣି ଥରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଅଫିସ୍‌ ଯାଇ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପରେ ସେମାନେ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ଏମ୍‌ଏମ୍‌ ଦାସ କମିଶନଙ୍କୁ ଭେଟି ଟଙ୍କା ଫେରନ୍ତ ପାଇଁ ଦାବି କରିଛନ୍ତି।

ଏହାସହ ଆଜି ଜାମାକାରୀମାନେ ଚୌଦ୍ୱାର ଜେଲରେ ଥିବା ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଭେଟିବାକୁ ଯାଇ ନିରାଶ ହୋଇଫେରିଥିଲେ।

ଓସ୍କାର ସଂସ୍ଥା  ଭରୁଚ ଜିଲ୍ଲାରେ ୫ଟି ଶାଖା ଖୋଲି ୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛି। ଉକ୍ତ ଟଙ୍କା ଫେରିପାଇବା ଓ ସଂସ୍ଥା ପାଇଁ ପ୍ରଚାର କରୁଥିବା କଳାକାରଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କ୍ଷତିଗ୍ରସ୍ତ ଜମାକାରୀ ଏବଂ ଏଜେଣ୍ଟମାନେ ଗତକାଲି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କ ପାଖରେ ଦାବି କରିବା ସହିତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।

 ଆଜି ସେମାନେ ରାଜ୍ୟ ବିଜେପି ମୁଖ୍ୟାଳୟ ଯାଇ ଏ ପ୍ରସଙ୍ଗରେ ଦଳର ହସ୍ତକ୍ଷେପ ଲୋଡିଥିଲେ।

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “୨୦୧୩ ମସିହାରୁ ଓସ୍କାର ସଂସ୍ଥାର ଠକାମୀ ସମ୍ପର୍କରେ ଗୁଜରାଟ ଜମାକାରୀମାନେ ଅଭିଯୋଗ କରିଛନ୍ତି। ମାତ୍ର ସେମାନଙ୍କ କଥା କେହି ଶୁଣିନାହାନ୍ତି। ଗୁଜରାଟ୍‌ରେ ସଂସ୍ଥାର ସମସ୍ତ ପ୍ଲଟ୍ ଓ ଫ୍ଲାଟ୍ ବିକ୍ରି ସରିବା ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ ପାଇଁ ଯାଉଛି। ଠକାମୀରେ ଶିକାର ହୋଇଥିବା ଜମାକାରୀ ଓ ଏଜେଣ୍ଟମାନଙ୍କ ଟଙ୍କା ଫେରସ୍ତ ପାଇଁ ବିଜେପି ଆନ୍ଦୋଳନ ଜାରି ରଖିବ”।

ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥା ସର୍ବପ୍ରଥମେ ଗୁଜରାଟରେ ୫୮ଟି ଅଫିସ୍ ଖୋଲି କାରବାର ଆରମ୍ଭ କରିଥିଲା। ଏଠାରେ ୧୩ ହଜାରରୁ ଅଧିକ ଜମାକାରୀଙ୍କଠାରୁ ସଂସ୍ଥା ୧୫୦କୋଟି ଟଙ୍କା ଠକି ନେଇଥିଲା। କ୍ରାଇମ୍‌ବ୍ରାଞ୍ଚ ଗୁଜରାଟରେ ଏହି ସଂସ୍ଥାର ୧୯ଟି ଜମି, ଫ୍ଲାଟ୍‌ ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଠାବ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos