ଆଜି କେତେ ସମୟ ପର୍ଯ୍ୟନ୍ତ ‘ମୋ ବସ୍’ ସେବା ବନ୍ଦ ରହିବ ଜାଣି ନିଅନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରଙ୍ଗର ପର୍ବ ହୋଲି। ଆଉ ଏଥିପାଇଁ ଆଜି ‘ମୋ ବସ୍’ ସେବା ପ୍ରାୟ ୮ ଘଣ୍ଟା ଧରି ବନ୍ଦ ରହିବ। ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଅପରାହ୍ଣ ୨ଟା ପରଠୁ ଏହି ସେବା ସ୍ୱାଭାବିକ ହେବ। ସେହିପରି ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି ବନ୍ଦ ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।