ଓଡ଼ିଶାରେ ମୋଦି ମ୍ୟାଜିକ କାମ କରିବ କି? କିଏ କେମିତି କରୁଛି ଆକଳନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟ ଓ ହିମାଚଳପ୍ରଦେଶରେ ବିଜେପି କ୍ଷମତାକୁ ଆସିଛି। ମୋଦି ମ୍ୟାଜିକ ଏଠି  କାମ କରିଛି । ଏ କଥା ଦଳୀୟ ନେତା ବଖାଣୁଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ କଣ ରହିବ, ତାକୁ ନେଇ ଆରମ୍ଭ ହେଲାଣି ତର୍ଜମା। ପଞ୍ଚାୟତ ନିର୍ବାଚନରେ ସଫଳତା ପରେ ବିଜେପିର ଫୋକସରେ ରହିଛି ଓଡ଼ିଶା। ଏଣୁ ଏଠାରେ ବିଜେପି ମିଶନ ୧୨୦କୁ  ସଫଳ କରିବା ଦିଗରେ ଗୁଜରାଟ-ହିମାଚଳ ବିଜୟ ନୂଆ ବଳ ଦେବ ବୋଲି ମଧ୍ୟ ଚର୍ଚ୍ଚା […]

modi

modi

Rakesh Mallick
  • Published: Monday, 18 December 2017
  • Updated: 18 December 2017, 08:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟ ଓ ହିମାଚଳପ୍ରଦେଶରେ ବିଜେପି କ୍ଷମତାକୁ ଆସିଛି। ମୋଦି ମ୍ୟାଜିକ ଏଠି  କାମ କରିଛି । ଏ କଥା ଦଳୀୟ ନେତା ବଖାଣୁଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ କଣ ରହିବ, ତାକୁ ନେଇ ଆରମ୍ଭ

ହେଲାଣି ତର୍ଜମା। ପଞ୍ଚାୟତ ନିର୍ବାଚନରେ ସଫଳତା ପରେ ବିଜେପିର ଫୋକସରେ ରହିଛି ଓଡ଼ିଶା। ଏଣୁ ଏଠାରେ ବିଜେପି ମିଶନ ୧୨୦କୁ  ସଫଳ କରିବା ଦିଗରେ ଗୁଜରାଟ-ହିମାଚଳ ବିଜୟ ନୂଆ ବଳ ଦେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ବିଜେପି ଦଳୀୟ କାର୍ଯ୍ୟାଳୟରେ ଚାଲିଛି ସେଲିବ୍ରେସନ୍। ନାଚଗୀତରେ ଝୁମୁଛନ୍ତି ବିଜେପି ନେତା ଓ  କର୍ମୀ। ଏପଟେ ଖାଁ ଖାଁ ଲାଗୁଛି କଂଗ୍ରେସ ଭବନ। ଗୁଜରାଟ ଓ ହିମାଚଳପ୍ରଦେଶର ଫଳାଫଳ ବିଜେପି ସପକ୍ଷରେ ଯାଇଥିବାରୁ ଦଳକୁ ମିଳିଛି ନୂଆ ସଂଜବନୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲୋକଙ୍କର ଆସ୍ଥା ପଢ଼ୁଛି। ଏହାର ପ୍ରଭାବ ଓଡ଼ିଶାରେ ବେଶୀ ପଡିବ।”

ଗୁଜରାଟ-ହିମାଚଳ ସଫଳତା ପରେ ଦେଶରେ ବିଜେପି ଓ ଏହାର ସହଯୋଗୀ ଦଳ ଦ୍ୱାରା ଶାସିତ ରାଜ୍ୟ ସଂଖ୍ୟା ୧୯ରେ ପହଞ୍ଚିଛି। କ୍ଷମତା ଦଖଲର ପରବର୍ତ୍ତୀ ଟାର୍ଗେଟ ରହିଛି ଓଡ଼ିଶା ଓ ପଶ୍ଚମବଙ୍ଗ। ସେପଟେ କଂଗ୍ରେସ ମଧ୍ୟ ଗୁଜରାଟରେ ଜୋରଦାର ଟକ୍କର ଦେଇଛି। ତେଣୁ ଗୁଜରାଟ ଫଣ୍ଡାରୁ ପ୍ରେରଣା ନେଇ ରାହୁଲ ଗାନ୍ଧିଙ୍କ ନୂଆ ନେତୃତ୍ୱରେ ଓଡ଼ିଶାରେ ଦଳ ତାର ଅବସ୍ଥା ସୁଧାରିବାକୁ ଉଦ୍ୟମ କରିବ। ଏଭଳି ସ୍ଥିତିରେ ଗଡ଼ ବଞ୍ଚାଇବା ପାଇଁ ବିଜେଡି ମଧ୍ୟ ମାହୋଲ ବନାଇ ରଖିବାକୁ ଚାହୁଁଛି। ଡିସେମ୍ବର ୨୬  ତାରିଖରେ ଦଳର ପ୍ରତିଷ୍ଠା ଦିବସରେ ବିଜେଡି ଆଗାମୀ ଦିନର ବିକାଶ ଯାତ୍ରା ଆରମ୍ଭ କରିବ।

ବିଜେଡି ମୁଖପାତ୍ର ବାଇଟ-ସମୀର ଦାଶ କହିଛନ୍ତି-“ଗୁଜରାଟରେ ବିଜେପି ସରକାର ଗଢ଼ୁଥିଲେ ମଧ୍ୟ ଫଳାଫଳ ନୈରାଶ୍ୟଜନକ ରହିଛି। ପୂର୍ବ ପରି ଆଉ ମୋଦି ଲହର ଦେଖିବାକୁ ମିଳୁନାହିଁ। ଓଡ଼ିଶାରେ ଏହାର ପଡ଼ିବନାହିଁ।”

ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ଗୁଜରାଟରେ କଂଗ୍ରେସ ସରକାର ଗଢ଼ିପାରିନି ସତ, କିନ୍ତୁ ଆମେ ବେକ୍‌ଫୁଟ୍‌ରେ ନାହୁଁ। କଂଗ୍ରେସ କିଛି ଖରାପ କରିନି, ମନୋବଳ ବଢ଼ିଛି। ଗୁଜରାଟର ପ୍ରଭାବ ଓଡ଼ିଶାରେ ପଡ଼ିବନାହିଁ।”

୨୦୧୮ ବର୍ଷ କର୍ଣ୍ଣାଟକ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମର ନିର୍ବାଚନ ପରେ ଓଡ଼ିଶାର ପାଳି ପଡିବ।  ତେବେ ଏସବୁ ରାଜ୍ୟରେ ଯଦି ବିଜେପି ଜିତେ, ତେବେ ଏହାର ଏକ ବଡ଼ ପ୍ରଭାବ ଓଡିଶା ଉପରେ ପଡିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story