ମୋଦିଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର: ଆସନ୍ତା ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବାଲେଶ୍ୱର ଯାଇ ସମ୍ଭାବ୍ୟ ସଭାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲା ପ୍ରାଶସନ ଓ ବିଜେପିର ସମସ୍ତ ଦଳୀୟ ମଣ୍ଡଳ ସଭାପତିଙ୍କ ସହିତ ଆଲୋଚନା କରିବେ।