ଓଡ଼ିଆରେ ଟ୍ୱିଟ୍‌ କଲେ ମୋଦି,ଜଣାଇଲେ ଉତ୍କଳ ଦିବସର ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେ  ଲେଖିଛନ୍ତି,“ଓଡ଼ିଆ ସଂସ୍କୃତିର ମହନୀୟତା ପାଇଁ ସାରା ଦେଶ ଗର୍ବ କରେ। ବିଭିନ୍ନ କ୍ଷେତ୍ରରେ ଓଡ଼ିଆମାନେ ଉତ୍କର୍ଷତା ଲାଭ କରିବା ସହ ଦେଶର ପ୍ରଗତୀ ପଥରେ ଓଡ଼ିଆ ଲୋକମାନେ ଅଲିଭା ଛାପ ଛାଡ଼ିଛନ୍ତି। ପ୍ରଭୁ ଜଗନ୍ନାଥ ଓଡ଼ିଶାର ଜନସାଧାରଣଙ୍କୁ ପ୍ରଗତି ଶୀର୍ଷରେ ପହଞ୍ଚାନ୍ତୁ।”