ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଓ ପେଟ୍ରୋଲ ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଏହାର ପ୍ରତିବାଦରେ ସୋମବାରଠାରୁ ପ୍ରତି ଜିଲ୍ଲା ସଦର ମହକୁମାରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ। ଏନେଇ ବିଜେଡି ଆଜି ସୂଚନା ଦେଇଛି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତାମାନେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କମ୍ ରହିଥିବା ସତ୍ତ୍ୱେ ଦେଶରେ ପେଟ୍ରୋଲ, ଡିଜେଲ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 08:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିଜେଲ୍‌ ଓ ପେଟ୍ରୋଲ ଦର କ୍ରମାଗତ ଭାବେ ବଢ଼ି ଚାଲିଛି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଏହାର ପ୍ରତିବାଦରେ ସୋମବାରଠାରୁ ପ୍ରତି ଜିଲ୍ଲା ସଦର ମହକୁମାରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯିବ। ଏନେଇ ବିଜେଡି ଆଜି ସୂଚନା ଦେଇଛି।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତାମାନେ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର କମ୍ ରହିଥିବା ସତ୍ତ୍ୱେ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢି ଚାଲିଛି। ଏଥିଯୋଗୁଁ ସାଧାରଣ ଖାଉଟି ହଇରାଣ ହେଉଛନ୍ତି।  ତୈଳ ଦର ହ୍ରାସ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ମନ୍ତ୍ରୀଙ୍କ ଘର ଆଗରେ କଂଗ୍ରେସର ବିକ୍ଷୋଭ

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ଦିଲ୍ଲୀରେ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos