ଧିମା ଗତିରେ ଆସୁଛି ମୌସୁମୀ, ଓଡ଼ିଶାରେ ପହଞ୍ଚିବାକୁ ଆହୁରି ୨/୩ ଦିନର ଅପେକ୍ଷା

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୮ରେ କେରଳ ଛୁଇଁଥିଲେ ହେଁ ଏହା ସକ୍ରିୟ ହୋଇପାରୁ ନାହିଁ। ମୌସୁମୀ ସକ୍ରିୟ ହେବାକୁ ଆରମ୍ଭ କରିଥିଲେ ହେଁ ସାମୁଦ୍ରିକ ଝଡ଼ ବାତ୍ୟା ‘ବାୟୁ’ ଯୋଗୁ ଏହା ଅଟକି ଯାଇଥିଲା। ଏହାପରେ ଏବେ ମୌସୁମୀ ଅତି ଧିମା ଗତିରେ ଆଗକୁ ବଢ଼ୁଛି। ମୌସୁମୀର ଏଭଳି ଧିମା ଗତି ୧୨ ବର୍ଷ ଭିତରେ କେବେ ଦେଖିବାକୁ ମିଳି ନଥିଲା। ବର୍ତ୍ତମାନ ସୁଦ୍ଧା ମୌସୁମୀ ଦେଶର ମାତ୍ର ୧୦ରୁ ୧୫% ଅଞ୍ଚଳରେ […]

m

m

Hemant Lenka
  • Published: Wednesday, 19 June 2019
  • Updated: 19 June 2019, 03:55 PM IST

Sports

Latest News

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୮ରେ କେରଳ ଛୁଇଁଥିଲେ ହେଁ ଏହା ସକ୍ରିୟ ହୋଇପାରୁ ନାହିଁ। ମୌସୁମୀ ସକ୍ରିୟ ହେବାକୁ ଆରମ୍ଭ କରିଥିଲେ ହେଁ ସାମୁଦ୍ରିକ ଝଡ଼ ବାତ୍ୟା ‘ବାୟୁ’ ଯୋଗୁ ଏହା ଅଟକି ଯାଇଥିଲା। ଏହାପରେ ଏବେ ମୌସୁମୀ ଅତି ଧିମା ଗତିରେ ଆଗକୁ ବଢ଼ୁଛି।

ମୌସୁମୀର ଏଭଳି ଧିମା ଗତି ୧୨ ବର୍ଷ ଭିତରେ କେବେ ଦେଖିବାକୁ ମିଳି ନଥିଲା। ବର୍ତ୍ତମାନ ସୁଦ୍ଧା ମୌସୁମୀ ଦେଶର ମାତ୍ର ୧୦ରୁ ୧୫% ଅଞ୍ଚଳରେ ହିଁ ପହଞ୍ଚିଛି।

ସାଧାରଣତଃ ଏହି ସମୟ ସୀମା ମଧ୍ୟରେ ମୌସୁମୀ ଦୁଇ ତୃତୀୟାଂଶ ଅଞ୍ଚଳରେ ସକ୍ରିୟ ହେବା କଥା। ମୌସୁମୀର ଏଭଳି ବିଳମ୍ବିତ ଗତି ଯୋଗୁ ଜୁନ୍‌ ୧ ସୁଦ୍ଧା ଦେଶରେ ୪୪% କମ୍‌ ବୃଷ୍ଟିପାତ ହୋଇଛି। ଏବେ ମୌସୁମୀ ସମଗ୍ର କେରଳ, ଦକ୍ଷିଣ କର୍ଣ୍ଣାଟକା, ତାମିଲନାଡୁର ଦୁଇ ତୃତୀୟାଂଶ ଅଞ୍ଚଳରେ ପହଞ୍ଚି ପାରିଛି। ଅବଶ୍ୟ ଏବେ ମୌସୁମୀ ଆଗକୁ ବଢ଼ୁଛି। ହେଲେ ଏହା ଶକ୍ତି ସଞ୍ଚୟ କରିବା ପାଇଁ ଗୋଟିଏ ସପ୍ତାହରୁ ଅଧିକ ସମୟ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟପକ୍ଷରେ ମୌସୁମୀ କେରଳ ଛୁଇଁବାର ସପ୍ତାହେ ପରେ ବି ଓଡ଼ିଶା ପହଞ୍ଚିପାରି ନାହିଁ। ମୌସୁମୀ ଓଡ଼ିଶା ଛୁଇଁବାକୁ ଆହୁରି ୨ରୁ ୩ ଦିନ ସମୟ ଲାଗିବ ବୋଲି ଆଜି ପାଣିପାଗ ବିଭାଗ ଆକଳନ କରିଛି। କିନ୍ତୁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢ଼ିବ। ଯାହାର ପ୍ରଭାବ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ମାଲକାନଗିରି, କୋରାପୁଟ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁ ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ବେଶୀ ରହିବ ବୋଲି ପାଣିପାଗ ବିଭାଗ କହିଛି।

ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସମଗ୍ର ତାମିଲନାଡୁ, ଉତ୍ତର ପୂର୍ବ ଭାରତରେ ପହଞ୍ଚିବ। ଏହାପରେ ଏହା ଦକ୍ଷିଣ କୋଙ୍କଣ, ଗୋଆ, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର କିଛି ଅଂଶକୁ ଛୁଇଁବ। ଜୁନ୍‌ ୨୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଭାରତ ଓ ମହାରାଷ୍ଟ୍ର ସମେତ କେନ୍ଦ୍ରୀୟ ଭାରତର କିଛି ରାଜ୍ୟରେ ପ୍ରବେଶ କରିବ। ସେହିପରି ଜୁନ୍‌ ଶେଷ ସୁଦ୍ଧା ସମଗ୍ର କେନ୍ଦ୍ରୀୟ ଭାରତ, ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସମଗ୍ର ଉତ୍ତର ଭାରତରେ ମୌସୁମୀ ନିଜର ଉପସ୍ଥିତି ଜାହିର କରିବ।

ପାଣିପାଗ ବିଭାଗର ବରିଷ୍ଠ ପାଣିପାଗ ବିଜ୍ଞାନୀ ଡି ଶିବାନନ୍ଦ ପାଇ କହିଛନ୍ତି, “୨ରୁ ୩ ଦିନ ମଧ୍ୟରେ ମୌସୁମୀ କୋଙ୍କଣ ଉପକୂଳରେ ପହଞ୍ଚିବ। ଜୁନ୍‌ ୨୫ ସୁଦ୍ଧା ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ବର୍ଷିବ। ଜୁନ୍‌ ଶେଷ ସୁଦ୍ଧା କେନ୍ଦ୍ରୀୟ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର ଅର୍ଥ ଧାର୍ଯ୍ୟ ସମୟଠାରୁ ପ୍ରାୟ ୧୫ ଦିନ ବିଳମ୍ବରେ ଏଥର ମୌସୁମୀ ବିଭିନ୍ନ ସ୍ଥାନରେ ପହଞ୍ଚିବ। ମୌସୁମୀ ଚଳିତ ବର୍ଷ କେରଳରେ ପହଞ୍ଚିବାରେ ଗୋଟିଏ ସପ୍ତାହ ବିଳମ୍ବ ହୋଇଥିଲା। ଏହାପରେ ବାୟୁ ଯୋଗୁ ମଧ୍ୟ ମୌସୁମୀ କିଛି ସମୟ ଅଟକି ଯାଇଥିଲା।”

ଚଳିତ ବର୍ଷ ଚାଷୀଙ୍କ ସମେତ ସମସ୍ତେ ମୌସୁମୀର ଆଗମନ କୁ ଚାତକ ଭଳି ଅନେଇ ବସିଛନ୍ତି। କାରଣ ଏଥର ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଏଥିପାଇଁ ମହାରାଷ୍ଟ୍ର, ତାମିଲନାଡୁ ଓ କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ଅଧିକାଂଶ ଜଳ ଭଣ୍ଡାରରେ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି।

୨୦୦୭ରେ ଶେଷ ଥର ପାଇଁ ମୌସୁମୀ ଧିମେଇ ଯାଇଥିଲା। ସେହିପରି ୨୦୧୩ କେଦାରନାଥ ବନ୍ୟା ଟ୍ରାଜେଡି ବେଳେ ମୌସୁମୀ ଦେଶରେ ସବୁଠାରୁ ଅଧିକ ବେଗରେ ସକ୍ରିୟ ହୋଇଥିଲା। ଚଳିତ ବର୍ଷ ମୌସୁମୀର ବିଳମ୍ବିତ ଗତି ଯୋଗୁ କେନ୍ଦ୍ରୀୟ ଭାରତରେ ୫୭%, ଦକ୍ଷିଣ ଭାରତରେ ୩୮%, ଉତ୍ତର-ପୂର୍ବ ଭାରତରେ ୪୩% ଓ ଉତ୍ତର-ପଶ୍ଚିମ ଭାରତରେ ୨୭% କମ୍‌ ବୃଷ୍ଟିପାତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story