ଜୁନ୍ ୧୬ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍‌ ୮ରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହି ଅପେକ୍ଷାର ଅନ୍ତ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଜୁନ୍‌ ୧୬ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। […]

u

u

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 06:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ୍‌ ୮ରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହି ଅପେକ୍ଷାର ଅନ୍ତ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଜୁନ୍‌ ୧୬ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଅପେକ୍ଷା ଉପକୂଳରେ ତାତି ସାମାନ୍ୟ କମ୍‌ ଥିଲେ ହେଁ ଅସହ୍ୟ ଗୁଳୁଗୁଳିରେ ଲୋକେ ତାହ୍ରିତ୍ରାହି ଡାକୁଛନ୍ତି। ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଅନୁଭୂତ ହେବ। କିନ୍ତୁ ଜୁନ୍‌ ୧୬ରୁ ପାଗ ବଦଳିବ। ଜୁନ୍‌ ୧୬ ତାରିଖରେ ହିଁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ। ସେହିପରି ସମଗ୍ର ରାଜ୍ୟରେ ଜୁନ୍ ୧୪ରୁ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ ୧୯ରୁ ୨୦ ତାରିଖ ମଧ୍ୟରେ ମୌସୁମୀ ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଉପରୋକ୍ତ କେନ୍ଦ୍ର।

ଅନ୍ୟପକ୍ଷରେ ଆସନ୍ତାକାଲି ଯାଏ ଉପକୂଳ ଓଡ଼ିଶାରେ ରୌଦ୍ରତାପ ଜାରି ରହିବାର ଆଶଙ୍କା ରହିଛି। ଏହାପରେ ତାପମାତ୍ରା ଧୀରେଧୀରେ ହ୍ରାସ ପାଇବ। ଏହି ସମୟରେ କାଳବୈଶାଖୀ ହେବାର ଆଶଙ୍କା ମଧ୍ୟ ରହିଛି ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆରବ ସାଗରରେ ସୃଷ୍ଟି ହୋଇଥିବା 'ସିଭିଅର ସାଇକ୍ଲୋନିକ ଷ୍ଟର୍ମ' ‘ବାୟୁ’ ସମ୍ପର୍କରେ ମଧ୍ୟ ଏହି କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ବାତ୍ୟା ‘ବାୟୁ’ ପୂର୍ବ-ମଧ୍ୟ ଆରବସାଗରରେ ଘନୀଭୂତ ହୋଇଥିବା ବେଳେ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗୋଆ ଠାରୁ ୩୫୦ କିମି ଦୂରରେ ରହିଛି। ଏହା ୧୩ ତାରିଖ ସୁଦ୍ଧା ଦକ୍ଷିଣ ଗୁଜରାଟ ଦେଇ ଗତି କରିବା ପରେ ଦୂର୍ବଳ ହୋଇଯିବ।

ସେହିପରି ଜୁନ୍ ୧୪ ଠାରୁ ଆଭ୍ୟନ୍ତରୀଣ କର୍ଣ୍ଣାଟକା, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ମୌସୁମୀ ପ୍ରବେଶ କରିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos