ଅନାଥ ଆଶ୍ରମ ବାରଣ୍ଡାରୁ ମାସକର ଶିଶୁକନ୍ୟା ଉଦ୍ଧାର

ଭଦ୍ରକ:  ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ‘ବାତ୍ସଲ୍ୟ’ ଅନାଥ ଆଶ୍ରମ ବାରଣ୍ଡାରୁ ମାସକର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ଆଶ୍ରମ ପିଣ୍ଡାରେ କେହି ଶିଶୁକନ୍ୟାଟିକୁ ଛାଡି ପଳାଇ ଯାଇଥିଲା। ଶିଶୁଟି କାନ୍ଦ ଶୁଣି ଆଶ୍ରମର ଜଣେ କର୍ମୀ ରାତିରେ ଉଠି ତାକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟା ପାଖରେ ଏକ ବ୍ୟାଗ୍ ମିଳିଛି। ବ୍ୟାଗରେ ଲୁଗା,ତେଲ ଓ ସେରଲାକ୍ସ ଥିବା ଜଣାପଡ଼ିଛି। କିଏ ଓ କାହିଁକି,  ଶିଶୁଟିକୁ ଛାଡି ଯାଇଛି ସ୍ପଷ୍ଟ ହୋଇନାହିଁ।

pp

pp

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 12:48 PM IST

ଭଦ୍ରକ:  ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ‘ବାତ୍ସଲ୍ୟ’ ଅନାଥ ଆଶ୍ରମ ବାରଣ୍ଡାରୁ ମାସକର ଶିଶୁକନ୍ୟା ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ଆଶ୍ରମ ପିଣ୍ଡାରେ କେହି ଶିଶୁକନ୍ୟାଟିକୁ ଛାଡି ପଳାଇ ଯାଇଥିଲା। ଶିଶୁଟି କାନ୍ଦ ଶୁଣି ଆଶ୍ରମର ଜଣେ କର୍ମୀ ରାତିରେ ଉଠି ତାକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟା ପାଖରେ ଏକ ବ୍ୟାଗ୍ ମିଳିଛି। ବ୍ୟାଗରେ ଲୁଗା,ତେଲ ଓ ସେରଲାକ୍ସ ଥିବା ଜଣାପଡ଼ିଛି।

କିଏ ଓ କାହିଁକି,  ଶିଶୁଟିକୁ ଛାଡି ଯାଇଛି ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos