୧୦୦୦ରୁ ଅଧିକ କଇଁଛ ଜବତ, ୩ ଗିରଫ

ମାଲକାନଗିରି: ଜବତ କରାଯାଇଛି ୧୦୦୦ରୁ ଅଧିକ କଇଁଛ। ମାଲକାନଗିରି ଜିଲ୍ଲା କାଲିମେଳ ଅଞ୍ଚଳରୁ ଏହି ସବୁ କଇଁଛକୁ ଜବତ କରାଯାଇଛି। ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଏହି କଇଁଛ ଗୁଡ଼ିକୁ ଆନ୍ଧ୍ରପ୍ରଦେଶରୁ ମାଲକାନଗିରିକୁ ଚାଲାଣ କରାଯାଉଥିବା ବେଳେ କାଲିମେଳା ବନ ବିଭାଗ ଚଢ଼ାଉ କରି ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।