ଘରେ ପଶି ମା’ ଓ ପୁଅକୁ ଦଳି ଦେଲା ହାତୀ

ରାଉରକେଲା: ଗାଁରେ ପଶି ମା’ ଓ ପୁଅଙ୍କୁ ଦଳିଦେଲା ହାତୀ। ଏହି ଦୁଃଖ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜର କଚାରୁ ପଞ୍ଚାୟତ ସିଆଲଯୋର ଗାଁରେ। ଆଜି ଭୋରରୁ ଏକ ହାତୀ ପଲ ଗାଁର ସମାରୀ ପ୍ରଧାନଙ୍କ ଘର ଭିତରକୁ ପଶି ଯାଇଥିଲା। ଘରେ ଶୋଇଥିବା ସମାରୀ ପ୍ରଧାନ ଓ ତାଙ୍କ ୭ ବର୍ଷର ପୁଅ ଶତ୍ରୁଜିତକୁ ଗୋଡରେ ଦଳି ହତ୍ୟା କରିଥିଲା।

ଏହି ଘଟଣା ପରେ ସିଆଳଯୋର ଗାଁରେ ଆତଙ୍କ ଖେଳିଯାଇଛି। ହାତୀ ଗାଁରେ ଫସି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀ ଘଉଡ଼ାଇବା ସହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଛନ୍ତି।