ମୋତିଲାଲଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଜାଲ ବିଜ୍ଞପ୍ତି ଜାରି କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଶ୍ରମ ବିଭାଗ ପକ୍ଷରୁ ଏ ନେଇ କ୍ଲାରିଫିକେସନ୍ କଣ୍ଟ୍ରୋଲ ଆଣ୍ଡ ଆପିଲ୍-ସିସିଏ ୧୯୬୨ର ରୁଲ୍ ୧୫ ଅନୁସାରେ ଦଣ୍ଡ ବିଧାନ ପାଇଁ ନୋଟିସ୍ ଜାରି ହୋଇଛି। ଶ୍ରମ କମିଶନଙ୍କୁ ଏହାର ତଦନ୍ତ କରିବାକୁ କୁହାଯାଇଛି। ରୁଲ୍ ୧୫ ଅନୁସାରେ ଦଣ୍ଡ ବିଧାନ ଭାବେ ଦୋଷୀଙ୍କୁ ସର୍ବାଧିକ ଚାକିରିରୁ […]

motilalal

motilalal

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 08:08 PM IST

Sports

Latest News

ଭୁବନେଶ୍ୱର: ଜାଲ ବିଜ୍ଞପ୍ତି ଜାରି କରି କୋଟି କୋଟି ଟଙ୍କା ହଡ଼ପ କରିଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଶ୍ରମ ବିଭାଗ ପକ୍ଷରୁ ଏ ନେଇ କ୍ଲାରିଫିକେସନ୍ କଣ୍ଟ୍ରୋଲ ଆଣ୍ଡ ଆପିଲ୍-ସିସିଏ ୧୯୬୨ର ରୁଲ୍ ୧୫ ଅନୁସାରେ ଦଣ୍ଡ ବିଧାନ ପାଇଁ ନୋଟିସ୍ ଜାରି ହୋଇଛି। ଶ୍ରମ କମିଶନଙ୍କୁ ଏହାର ତଦନ୍ତ କରିବାକୁ କୁହାଯାଇଛି। ରୁଲ୍ ୧୫ ଅନୁସାରେ ଦଣ୍ଡ ବିଧାନ ଭାବେ ଦୋଷୀଙ୍କୁ ସର୍ବାଧିକ ଚାକିରିରୁ ବହିଷ୍କାର କରାଯାଇପାରିବ। ତାଙ୍କୁ କାହିଁକି ବହିଷ୍କାର କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ମୋତିଲାଲଙ୍କୁ କୁହାଯାଇଛି। ମାସେ ମଧ୍ୟରେ ମୋତିଲାଲ ସ୍ପଷ୍ଟୀକରଣ ଦେବେ। ପରେ ଏ ନେଇ ଶୁଣାଣି ମଧ୍ୟ ହେବ। ଉତ୍ତର ସନ୍ତୋଷଜନକ ନ ହେଲେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇପାରେ। ତେବେ ମୋତିଲାଲ ଏବେ କ୍ରାଇମବ୍ରାଞ୍ଚର ହେପାଜତରେ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇ ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos