ମୋତିଲାଲଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: ଜାଲ ବିଜ୍ଞପ୍ତି ପ୍ରକାଶ କରି ବ୍ୟାପକ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଫେରାର ଡାକ୍ତର ମୋତିଲାଲ ଗୌଡ଼ଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ମୋତିଲାଲଙ୍କ ଦସ୍ତଖତକୁ ଜାଲିଆତି କରି ଅନ୍ୟ କେହି ବ୍ୟକ୍ତି ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି। ଏଥିରେ ମୋତିଲାଲାଙ୍କ କୌଣସି ସଂପୃକ୍ତି ନାହିଁ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଓ ଏହାର ତଦନ୍ତ ଚାଲିଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତକୁ ଆଗୁଆ ଜାମିନ […]

highcourt

highcourt

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 08:13 AM IST

Sports

Latest News

କଟକ: ଜାଲ ବିଜ୍ଞପ୍ତି ପ୍ରକାଶ କରି ବ୍ୟାପକ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଫେରାର ଡାକ୍ତର ମୋତିଲାଲ ଗୌଡ଼ଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ମୋତିଲାଲଙ୍କ ଦସ୍ତଖତକୁ ଜାଲିଆତି କରି ଅନ୍ୟ କେହି ବ୍ୟକ୍ତି ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି। ଏଥିରେ ମୋତିଲାଲାଙ୍କ କୌଣସି ସଂପୃକ୍ତି ନାହିଁ ବୋଲି ତାଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।

ଅନ୍ୟପକ୍ଷରେ ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଓ ଏହାର ତଦନ୍ତ ଚାଲିଛି। ଏଭଳି ପରିସ୍ଥିତିରେ ଅଭିଯୁକ୍ତକୁ ଆଗୁଆ ଜାମିନ ଦିଆଗଲେ ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଉଭୟ ପକ୍ଷରୁ ଶୁଣିବା ପରେ ହାଇକୋର୍ଟ ମୋତିଲାଲଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos