ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ(ଆଇଏମ୍‌ଡି) ଭାବେ ଦାୟିତ୍ୱ ନେଇଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆସନ୍ତା ୫ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ। ଗତ ଜୁନ୍ ୪ ତାରିଖରେ ଆଇଏମ୍‌ଡିର ମହାନିର୍ଦ୍ଦେଶ ଭାବେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ଓଡ଼ିଆ ଭାବେ ସେ ଆଇଏମ୍‌ଡି ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଆଇଏମ୍‌ଡି ଏଡିଜି ସହ ସାଇକ୍ଲୋନ୍‌ ଓ୍ୱାର୍ଣ୍ଣିଂ […]

Mrityunjay-

Mrityunjay-

Tapaswini Nayak
  • Published: Thursday, 01 August 2019
  • Updated: 01 August 2019, 02:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ(ଆଇଏମ୍‌ଡି) ଭାବେ ଦାୟିତ୍ୱ ନେଇଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆସନ୍ତା ୫ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବେ।

ଗତ ଜୁନ୍ ୪ ତାରିଖରେ ଆଇଏମ୍‌ଡିର ମହାନିର୍ଦ୍ଦେଶ ଭାବେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ଓଡ଼ିଆ ଭାବେ ସେ ଆଇଏମ୍‌ଡି ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଆଇଏମ୍‌ଡି ଏଡିଜି ସହ ସାଇକ୍ଲୋନ୍‌ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ।

ଆଜି ଦାୟିତ୍ୱ ନେବା ପରେ ସେ କହିଥିଲେ,“ ୨୦୨୧ ଅଗଷ୍ଟ ୧୫ ସୁଦ୍ଧା ସାରା ଦେଶକୁ ରାଡାର ମଧ୍ୟକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଓଡ଼ିଶାର ପାରାଦୀପ ଓ ଗୋପାଳପୁରରେ ଡପ୍ଲରର ରାଡାର ଲାଗିଛି। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁରରେ ଡପ୍ଲର ରାଡାର ଲଗାଯିବ।”

ସେ ଆହୁରି କହିଛନ୍ତି,“ପ୍ରତି ବ୍ଲକ୍‌ର ଏବଂ ପ୍ରତି ଘଣ୍ଟାର ପାଣିପାଗର ଅପ୍‌ଡେଟ୍‌ ଲୋକଙ୍କୁ ଜଣାଇବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ  ରଖାଯାଇଛି।”

ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଏବଂ ଫୋନି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍‌ ଆକଳନ କରି ସେ ସମସ୍ତର ବିଶ୍ୱାସଭାଜନ ହୋଇପାରିଥିଲେ। ଫଳରେ ସେହି ସବୁ ବାତ୍ୟାରେ ଧନଜୀବନ ହାନିକୁ ରୋକିବା ସମ୍ଭବ ହୋଇପାରିଥିଲା।

ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ଶ୍ରୀ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର। ସେ ଘଣ୍ଟେଶ୍ୱରସ୍ଥିତ ଏସି ହାଇସ୍କୁଲରେ ପାଠ ପଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos