ସରପଞ୍ଚଙ୍କ ଗଳା କାଟିଦେଲେ ମାଓବାଦୀ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ସୀମାରେ ପୁଣି ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲାରେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛି ଲାଲ ବାହିନୀ।

ଗତକାଲି ରାତିରେ ସୁକମାର ବଡ଼ସିଟି ସରପଞ୍ଚଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି।