ନବ ଦିଗନ୍ତ ଚିଟ୍‌ଫଣ୍ଡ୍‌ ଠକେଇ: ୧୩ ଜଣଙ୍କୁ ସେବିର କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଗିରଫ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତିଙ୍କ ସହ ମୋଟ ୧୩ ଜଣଙ୍କୁ ଆଜି ସେବି କାରଣ ଦର୍ଶାଅ ନୋଟିସ୍‌ କରିଛି। ଚିଟ୍‌ଫଣ୍ଡ୍‌ ସଂସ୍ଥା ନବଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍‌ ଲିମିଟେଡ୍‌ ଓ ଏହାର ନିର୍ଦ୍ଦେଶକ, ରାଇଟ୍‌ମ୍ୟାକ୍ସ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ଏବଂ ତାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍‌  ଜାରି ହୋଇଛି। ନୋଟିସ୍‌ରେ ଉଲ୍ଲେଖ ରହିଛି ଯେହେତୁ ଏହି ବ୍ୟକ୍ତିମାନଙ୍କର ‘ପବ୍ଲିକ୍‌ ଅଫର୍‌ ଅଫ୍‌ ସିକ୍ୟୁରିଟିଜ୍‌’ ପାଣ୍ଠି […]

rama chandra

rama chandra

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 03:04 PM IST

Sports

Latest News

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ଗିରଫ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତିଙ୍କ ସହ ମୋଟ ୧୩ ଜଣଙ୍କୁ ଆଜି ସେବି କାରଣ ଦର୍ଶାଅ ନୋଟିସ୍‌ କରିଛି। ଚିଟ୍‌ଫଣ୍ଡ୍‌ ସଂସ୍ଥା ନବଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍‌ ଲିମିଟେଡ୍‌ ଓ ଏହାର ନିର୍ଦ୍ଦେଶକ, ରାଇଟ୍‌ମ୍ୟାକ୍ସ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ ଏବଂ ତାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍‌  ଜାରି ହୋଇଛି।

ନୋଟିସ୍‌ରେ ଉଲ୍ଲେଖ ରହିଛି ଯେହେତୁ ଏହି ବ୍ୟକ୍ତିମାନଙ୍କର ‘ପବ୍ଲିକ୍‌ ଅଫର୍‌ ଅଫ୍‌ ସିକ୍ୟୁରିଟିଜ୍‌’ ପାଣ୍ଠି ସଂଗ୍ରହରେ ସଂପୃକ୍ତି ଅଛି ତେଣୁ ପ୍ରସ୍ତାବିତ ନିର୍ଦ୍ଦେଶ ବା ବିଷୟ ଅନୁସାରେ ସେମାନେ କାହିଁକି  କାରଣ ନ ଦର୍ଶାଇବେ, ନିବେଶକଙ୍କଠାରୁ ଆଦାୟ କରିଥିବା ଅର୍ଥ କାହିଁକି ଫେରସ୍ତ ନ କରିବେ। ଏ ନେଇ ଅଗଷ୍ଟ ୩୧ରେ ଶୁଣାଣି ହେବ।

ଶୁଣାଣି ସମୟରେ  ସଂସ୍ଥାମାନେ ସେମାନଙ୍କ ପକ୍ଷ ରଖିପାରିବେ।

ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତି ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ନବଦିଗନ୍ତର ୧୦ ଜଣ ଓ ରାଇଟମ୍ୟାକ୍ସର ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ସେବି ଜାରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos