ନବ ନିର୍ମାଣ କୃଷକ ସଂଗଠନର ଅଖା ସଂପର୍କିତ ଦାବି ପୂରଣ କରିବାକୁ ସରକାର ରାଜି

ଭୁବନେଶ୍ୱର: ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ବେଳେ ଅଖା ସମସ୍ୟାର ସମାଧାନ କରିବା ନେଇ ନବ ନିର୍ମାଣ କୃଷକ ସଂଗଠନ ଯେଉଁ ଦାବି କରି ଥିଲା ତାହା ପୂରଣ କରିବାକୁ ରାଜି ହୋଇଛନ୍ତି ରାଜ୍ୟ ସରକାର। ଆଜି ସଚିବାଳୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।  ତେବେ ସଂଗଠନର ଅନ୍ୟ ଦାବିଗୁଡ଼ିକ ସଂପର୍କରେ ଆଲୋଚନା କରିବାକୁ […]

naba-nirmana-krushaka-sangha

naba-nirmana-krushaka-sangha

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 11:03 AM IST

Sports

Latest News

naba-nirmana-krushaka-sanghaଭୁବନେଶ୍ୱର: ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ବେଳେ ଅଖା ସମସ୍ୟାର ସମାଧାନ କରିବା ନେଇ ନବ ନିର୍ମାଣ କୃଷକ ସଂଗଠନ ଯେଉଁ ଦାବି କରି ଥିଲା ତାହା ପୂରଣ କରିବାକୁ ରାଜି ହୋଇଛନ୍ତି ରାଜ୍ୟ ସରକାର। ଆଜି ସଚିବାଳୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ନବ ନିର୍ମାଣ କୃଷକ ସଂଗଠନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।  ତେବେ ସଂଗଠନର ଅନ୍ୟ ଦାବିଗୁଡ଼ିକ ସଂପର୍କରେ ଆଲୋଚନା କରିବାକୁ ମାର୍ଚ୍ଚ ୨୬ ତାରିଖରେ ଆଉ ଥରେ ବୈଠକ ବସିବ ବୋଲି ଦାସବର୍ମା କହିଛନ୍ତି।

ସେ କହିଛନ୍ତି, “ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ କିଛି ଦାବିରେ ଆନ୍ଦୋଳନ କରିଥିଲେ। ଦାବିଗୁଡ଼ିକ ଉପରେ ଆଜି ବୈଠକରେ ଆଲୋଚନା କରାଯାଇଛି। ଅଖା ସମସ୍ୟା ନେଇ ସେମାନେ ଯାହା ଦାବି ଉଠାଇଥିଲେ ତାହା ପୂରଣ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଆସନ୍ତା ୨୬ ତାରିଖ ଦିନ ୪ଟା ବେଳେ ଆଉ ଗୋଟିଏ ବୈଠକ ହେବ। ବୈଠକରେ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ, କୃଷି ବିଭାଗ,ସମବାୟ ବିଭାଗ ଓ ମତ୍ସ୍ୟବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ରହିବେ। ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କ  ଦାବି ବିଷୟରେ ଏହି  ବୈଠକରେ ଆଲୋଚନା ହେବ।”

ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ଆଜି ଆମ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ଏହା ଏକ ସତ୍ୟାଗ୍ରହ। ଫସଲହାନି ଓ ଋଣ ଜନିତ କାରଣରୁ ଚାଷୀ ଆତ୍ମହତ୍ୟା କରିଛି ବୋଲି ସରକାର ସ୍ୱୀକାର କରନ୍ତୁ।  ଧାନ ବିକିବା ପାଇଁ ଯେଉଁ ରେଜିଷ୍ଟ୍ରେସନ୍ କରାଯାଉଛି ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ।  ଜମି ଥିବା ଚାଷୀମାନଙ୍କର  ସରକାର ରେଜିଷ୍ଟ୍ରେସନ୍ କରୁଥିବା ବେଳେ ଭାଗ ଚାଷୀମାନେ  କିପରି ରେଜିଷ୍ଟ୍ରେସନ୍ କରିବେ ଓ ଧାନ କିପରି ବିକିବେ? ଯେପର୍ଯ୍ୟନ୍ତ ସରକାର ଏ ଦିଗକୁ ଧ୍ୟାନ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ୭୦ପ୍ରତିଶତ ଚାଷୀ ଉପକୃତ ହେବେ ନାହିଁ। ଚାଷୀର କୌଣସି ସାମାଜିକ ସୁରକ୍ଷା ଭତ୍ତା ନାହିଁ। ଚାଷୀଙ୍କ ସୁରକ୍ଷା ଭତ୍ତା ୫୦୦୦  ଟଙ୍କା  ହିସାବରେ ୨୧,୬୦୦ କୋଟି ଟଙ୍କା  ବଜେଟରେ ବ୍ୟବସ୍ଥା କରନ୍ତୁ। ଯଦି ସରକାର ଏହି ଦାବିଗୁଡ଼ିକ  ପୂରଣ ନ କରିବେ, ତା’ହେଲେ ୨୯ ତାରିଖ ଦିନ ଆମେ ଜେଲ୍‌ଭରୋ  ଆନ୍ଦୋଳନ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos