ନବ ଦିଗନ୍ତ ଚିଟ୍‌ଫଣ୍ଡ୍‌ ଠକେଇ: ଅଞ୍ଜନଙ୍କ ବୟାନ ରେକର୍ଡ଼

ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦିଗନ୍ତ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସଂସ୍ଥାର ସିଏମ୍‌ଡି  ଅଞ୍ଜନ ବଳିୟାର ସିଂ ଗତକାଲି ସ୍ପେଶାଲ୍‌ ସିଜେଏମ୍‌ କୋର୍ଟରେ ହାଜର ହୋଇ ଦୋଷ ସ୍ୱୀକାର କରିଥିଲେ। ଆଜି ତାଙ୍କ ବୟାନ ରେବର୍ଡ କରାଯାଇଛି। ବୟାନ ରେକର୍ଡ ବେଳେ ଏହି ମାମଲାରେ ଗିରଫ ସାଂସଦ ରାମଚନ୍ଦ୍ର  ହାଁସଦା, ଦୁଇ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ଓ ସୁବର୍ଣ୍ଣ ନାୟକଙ୍କ ଲିଙ୍କ୍ ନେଇ କିଛି ସୁରାକ ମିଳିବା ଆଶା କରାଯାଉଛି।